ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ

ଧାମନଗର,୨୦।୩(ଡି.ଏନ.ଏ.)-ଗରିବ ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। ଆବାସଠାରୁ ଆରମ୍ଭ କରି ରାଶନ ସବୁକିଛି ସେମାନଙ୍କୁ ଯୋଗାଇ ଦିଆଯାଉଛି। କିନ୍ତୁ ଭଦ୍ରକ ଜିଲା ଧାମନଗର ବ୍ଲକ ନଦୀଗଁ। ଉଆସସାହିର ଦିବ୍ୟାଙ୍ଗ ଜୟନ୍ତ ଦାସ(୩୨)ଙ୍କ ପରିବାର ସରକାରଙ୍କ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି। ରହିବାକୁ ଭଲ ଘର ଖଣ୍ଡେ ନାହିଁ। ପଲିଥିନ ତଳେ ଏହି ପରିବାର ମୁଣ୍ଡ ଗୁଞ୍ଜୁଛନ୍ତି। ସେହିପରି ରାଶନ କାର୍ଡ ନ ଥିବାରୁ ପିଡିଏସ୍‌ ସାମଗ୍ରୀ ପାଇପାରୁ ନାହାନ୍ତି। ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ସେମାନଙ୍କୁ କୌଣସି ସହାୟତା ମିଳିପାରି ନ ଥିବା ଅଭିଯୋଗ ହେଉଛି।
ଜୟନ୍ତ ଜନ୍ମରୁ ଦୃଷ୍ଟିହୀନ। ତାଙ୍କ ବାପା ଗୋବର୍ଦ୍ଧନ ଓ ଭଉଣୀ ଉଷାରାଣୀ ମଧ୍ୟ ଦୃଷ୍ଟିହୀନ ଥିଲେ। ସେମାନଙ୍କର ଦେହାନ୍ତ ହୋଇଯାଇଛି। ଏବେ ଘରେ ମା’, ସ୍ତ୍ରୀ ଓ ଦୁଇଝିଅଙ୍କୁ ନେଇ ତାଙ୍କ ପରିବାର। ତାଙ୍କ ସ୍ତ୍ରୀ କୁନିରାଣୀ ମଧ୍ୟ ଦୃଷ୍ଟିବାଧିତ। ଏପରି ସ୍ଥିତିରେ ଜୟନ୍ତ ପର ଘରେ ମୂଲ ଲାଗିଲେ ପରିବାର ଚଳେ। ଘରର ଆର୍ଥତ୍କ ଅବସ୍ଥା ଶୋଚନୀୟ। ତାଙ୍କ ବାପାଙ୍କ ନାମରେ ଥିବା ରାଶନ କାର୍ଡରେ ଜୟନ୍ତଙ୍କ ନାମ ଥିବାରୁ ସେହି ଅନୁଯାୟୀ ରାଶନ ସାମଗ୍ରୀ ମିଳୁଛି। କିନ୍ତୁ ତାଙ୍କ ପରିବାର ତଥା ସ୍ତ୍ରୀ ଓ ଦୁଇଝିଅଙ୍କ ନଁ।ରେ କାର୍ଡ ହୋଇ ନ ଥିବାରୁ ଆବଶ୍ୟକ ଅନୁସାରେ ସେମାନେ ଖାଉଟି ସାମଗ୍ରୀ ପାଇପାରୁ ନାହାନ୍ତି। ଆବାସ ପାଇବା ଲାଗି ଯୋଗ୍ୟ ହୋଇଥିଲେ ମଧ୍ୟ ଜୟନ୍ତଙ୍କୁ ଘର ଖଣ୍ଡଏ ମିଳିପାରି ନାହିଁ। ବାଉଁଶ ବାନ୍ଧି ତା ଉପରେ ପଲିଥିନ ପକାଇ ପରିବାର ବହୁ କଷ୍ଟରେ ସେଥିରେ ରହୁଛନ୍ତି। ତାଙ୍କୁ ପକ୍କାଗୃହ ଯୋଗାଇ ଦେବାକୁ ସେ ବିଭିନ୍ନ ସମୟରେ ଆବେଦନ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କଠାରୁ ରାଜନେତାମାନେ କେବଳ ପ୍ରତିଶ୍ରୁତି ଦେଇଛନ୍ତି। ଏଯାଏ ତାଙ୍କୁ କୌଣସି ସହାୟତା ମିଳି ନ ଥିବା ଜୟନ୍ତ ପ୍ରକାଶ କରିଛନ୍ତି। ରାଶନ କାର୍ଡ ଓ ପକ୍କାଘର ଖଣ୍ଡିଏ ପାଇଁ ସେ ଚାତକ ପରି ଚାହିଁ ବସିଥିବା କହିଛନ୍ତି। ଏ ସମ୍ପର୍କରେ ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ପଚାରିବାରୁ କହିଛନ୍ତି, ଆବାସ ଯୋଜନାରେ ଜୟନ୍ତଙ୍କ ନାମ ସାମିଲ କରାଯାଇଥିଲେ ମଧ୍ୟ ତ୍ରୁଟି ଯୋଗୁ ସେ ଘର ପାଇପାରି ନାହାନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଗୃହ ଯୋଗାଇ ଦିଆଯିବ। ପର୍ଯ୍ୟାୟ କ୍ରମେ ତାଙ୍କୁ ରାଶନ କାର୍ଡ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri