ମୁଡ଼ ଗୁଁଜ୍‌ବାକେ ଜାଗାଠାନ୍‌ ଅଭାବ: ଖାଏଦ୍‌ ସୁରକ୍ଷା ଯୋଜନାରୁ ବଁଚିତ୍‌ ବୁରୁଧ୍‌

ଉଲୁଣ୍ଡା, ୩।୩ (ଡି.ଏନ୍‌.ଏ.)-
ବଏସର ଶେଷ ମୁଡ଼ସାରେ ନିଜର ପରିବାର ଲୁକ୍‌କୁ ହରାଲା ଉତାରୁ ଭାତ ମୁଠେ ଆର ମୁଡ଼ ଗୁଁଜ୍‌ବାକେ ଜାଗା ଖଁଡ଼େ ଲାଗି ବାରଗୁଲ୍‌ଗୁଲା ହେଉଛନ୍‌ ଝନେ ୮୦ ବଛ୍‌ରିଆ ବୁରୁଧ୍‌। ସତେ ଯେନ୍‌ତା ମାଲମାଲ ସରକାରୀ ଯୋଜନା ତାକର ଲାଗି ବାଟ୍‌ବନା ହେଇଛେ। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା ଗଁାରେ।
ସୂଚନା ଅନ୍‌ସାରେ ପଞ୍ଚମହଲା ଗଁାର କ୍ଷୀର ଘିବିଲା(୮୧)। ଆପ୍‌ନେ ଛବିଲ ଘିବିଲା ଆରପାରକେ ଚାଲିଗଲା ଉତାରୁ ସେ ୧୫ ବଛର ହେଲା ନିଜର ବାପ୍‌ ଘର ମନମୁଣ୍ଡା ପାସର ଦମାମୁଣ୍ଡାରେ ଭାଇ ଆର ଭନ୍‌ଜା ଘରେ ରହି ଆସୁଥିଲେ। ହେଲେ ସେମାନକର ମୁର୍‌ତୁ ହେଲାରୁ କ୍ଷୀର ଉପେ ଶୂଇନ୍‌ ହେଇ ନିଜର ଗଁା ପଞ୍ଚମହଲାକେ ଫିରିଆଏଲେ। ସେଦିନ୍‌ଠାନୁ ଗଁାରେ ତାକର କେତେ ଲାଗେଲେସର କ୍ଷୀରକଁର ସେବାଯତନ କରବାର ସଂଗେ ଆଶ୍‌ରେ ଦେଇଥିଲେ। ହେଲେ ପାଖାପାଖି ମାସେ ହେଲା କ୍ଷୀର ନିଅଁାସି ହେଇ ଇତାର ପିଁଢ଼ା ତାର ପିଁଢ଼ାରେ ଆଶ୍‌ରେ ନେବାକେ ଖୁଜି ବୁଲୁଛନ୍‌। ଏନ୍‌ତା କି ସେ ପଁଚେତ୍‌ର ରାଜୀବ ଭବନର ବାରନ୍‌ଡାରେ ଦିନାକେତେ ଆଶ୍‌ରେ ନେଇଥିଲେ। ହେଲେ ସେଠାନା ଲୋକ୍‌ ମନା କଲାରୁ ସେଦିନ୍‌ଠାନୁ ଆଶ୍‌ରେଥଲ ଆଶ୍‌ରେ ଘୂରି ବୁଲୁଛେଁ ବଲି ସେ କହିଛନ୍‌। ଫିଦିନ ପରହର ଘରୁ ମୁଠେ ଖାଏବାରଟା ମିଲିଯାଉଛେ ସତ୍‌। ହେଲେ ବଏସର ଶେଷ୍‌ ମୁଡ଼ସାରେ ମୁଡ଼ ଗୁଁଜ୍‌ବାର ଲାଗି ସେ ଶୀତ୍‌ କାକରରେ ଗୁଲ୍‌ଗୁଲା ହେଇ ବାରଦୁଆର ହେଉଛନ୍‌। ଏନ୍‌ତା ବୁଢ଼ାବୁଢ଼ୀମାନକୁ ଥଇଥାନ କରବାର ଲାଗି ସରକାରୀସ୍ତରରେ ଅନେକ ଯୋଜନା ରହିଛେ। ହେଲେ ବୁରୁଧ୍‌ କ୍ଷୀରକଁର ବାବ୍‌ଦେ ଥାନୀଅ ଜନପରତିନିଧି, ଅଙ୍ଗନଓ୍ବାଡି କରମୀ କି ବ୍ଲକ ପରଶାସନ ପାସେ ବି ସୂଚନା ନଁାଇଁନ। କ୍ଷୀର ବୁଢ଼ାବୁଢ଼ୀ ଭତା ୭ଶହ ଟଁକା ପାଉଛନ୍‌, ସେଟା ନ ତାକର ସଁପତି। ୬୫୪୬୨୭ ନମ୍ବରେ ତାକର ନଁାରେ ଗୁଟେ ବିପିଏଲ୍‌ କାର୍ଡ ଥିଲା। ହେଲେ ସେଟା ପରଶାସନ ତରଫୁ କାଟି ଦିଆଯାଇଛେ। ଯେନ୍‌ଥିରଲାଗି କ୍ଷୀର ୮୦ ବଛର ବଏସ୍‌ରେ ବି ଜାତୀୟ ଖାଏଦ୍‌ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଛନ୍‌। ଭିନେ ଭିନେ ସମିଆରେ ଭିନେ ଭିନେ ଲୁକ୍‌କୁ ଆବାସ ଯୋଜନାରେ ଘରଖଁଡ଼େ ଲାଗି ଗୁହାରି କରି କ୍ଷୀର ନିରାଶ ହେଇଥିବାର କହିଛନ୍‌। ଜିଲା ଆର ଥାନୀଅ ପରଶାସନ ବୁରୁଧ୍‌ କ୍ଷୀରକଁର ଉପରେ ଦୁରୁଷ୍‌ଟି ଦେଇ ତାହାକୁ ସବୁପରକାର ସରକାରୀ ସାହାଯ୍‌ ସଂଗେ ଥଇଥାନ କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri