ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମହିଳା ମହାସଂଘର ସହାୟତା

ଖଜୁରିପଡା,୨୧ା୪(ଡି.ଏନ.ଏ.)- ଖଜୁରିପଡ଼ା ବ୍ଲକର ଆର.ନୂଆଗାଁ ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍‌)କୁ ୩୨,୩୬୦ ଟଙ୍କା ପ୍ରଦାନ କରାଯାଇଛି। ଏହି ମହାସଂଘ ଅନ୍ତର୍ଗତ ସାତଟି ସଂଘର ସମସ୍ତ କର୍ମକର୍ତ୍ତା ଏହି ଅନୁଦାନ ରାଶି ପ୍ରଦାନ କରିଥିଲେ। ଆର. ନୂଆଗାଁ ମହାସଂଘର ନଥିପତ୍ର ପରିଚାଳିକା ସିଲି ସାହୁ, ସଭାନେତ୍ରୀ ପୁଷ୍ପାଞ୍ଜଳି ବେହେରା, ସମ୍ପାଦିକା ସୂର୍ଯ୍ୟକାନ୍ତ କହଁର, କୋଷଧ୍ୟକ୍ଷା ଶ୍ରଦ୍ଧାଞ୍ଜଳି କହଁରଙ୍କ ସହିତ ସୁବର୍ଣ୍ଣ ନାୟକ, ସଙ୍ଗୀତ ଭୋଇ, ପୁଷ୍ପାଞ୍ଜଳି ସାହୁ, ଗୀତାଞ୍ଜଳି ବେହେରା, ରଜନନ୍ଦିନି ବେହେରା, ସୁନୀତା ଭୋଇ, ଯଶୋବନ୍ତି ମାଝୀ ଏହି ଅନୁଦାନ ରାଶି ଖଜୁରିପଡ଼ା ବିଡିଓ ରବୀନ୍ଦ୍ର ନାଥ କହଁରଙ୍କୁ ପ୍ରଦାନ କରିଥିଲେ।