Posted inଜାତୀୟ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିଭେନ୍ଦ୍ର ସିଂ ରାୱତ

ଡେରାଡୁନ,୯ ।୩: ଗତ ଚାରି ଦିନ ହେବ ଉତ୍ତରାଖଣ୍ଡ ରାଜନୀତିକୁ ନେଇ ଅନୁମାନ ଲଗାଯାଉଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଏଥିରେ ଫୁଲଷ୍ଟପ୍ ଲାଗିଛି । ମୁଖ୍ୟମନ୍ତ୍ରୀ ପଦରୁ ତ୍ରିଭେନ୍ଦ୍ର ସିଂ ରାୱତ ଇସ୍ତଫା ପ୍ରଦାନ କରିଛନ୍ତି । ଅପରାହ୍ନ ପ୍ରାୟ ୪ଟା ସମୟରେ ସେ ରାଜଭବନ ପହଞ୍ଚି ରାଜ୍ୟପାଳ ବେବି ରାଣି ମୌର୍ଯ୍ୟଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜଭବନରୁ ଫେରି ରାୱତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗଣମାଧ୍ୟମ ସହ କଥା ହୋଇଛନ୍ତି । ପ୍ରଥମେ ସେ ନିଜ ଦଳର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଦଳ ତାଙ୍କୁ ୪ ବର୍ଷ ପାଇଁ ଦେବଭୂମୀର ସେବା କରିବାକୁ ସୁଯୋଗ ଦେଇଥିବାରୁ ଏହା ମୋର ସୌଭାଗ୍ୟ । କେବଳ ଭାରତୀୟ ଜନତା ପାର୍ଟି(ଭାଜପା)ରେ ହିଁ ଏହା ସମ୍ଭବ ହୋଇଛି । ଗୋଟିଏ ଛୋଟ ଗାଁର ସେନା ପରିବାରରୁ ଆସିଥିବା କର୍ମୀ ଭାବେ ଦଳ ଏତେ ବଡ ସମ୍ମାନ ଦେବା ମୁଁ କେବେ ଭାବି ନ ଥିଲି । ଏବେ ଦଳ ଚିନ୍ତା କରିଛି କି ମୋ ସ୍ଥାନରେ ଆଉ କାହାକୁ ନେବାକୁ ତେଣୁ ଏବେ ଅନ୍ୟକୁ ସୁଯୋଗ ଦେବା ଠିକ୍ । ମୋ କାର୍ଯ୍ୟକାଳ ୪ ବର୍ଷ ପୂରଣ ହେବାକୁ ମାତ୍ର ୯ ଦିନ ବାକି ରହିଗଲା । ତଥାପି ମୁଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି । ତେବେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମହିଳାଙ୍କୁ ସ୍ୱରୋଜଗାର କରିବା, ପିଲାମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେବା ଓ କୃଷକଙ୍କ ଆୟକୁ ଦ୍ୱିଗୁଣ କରିବାକୁ ବହୁତ କାମ କରିଥିବା ପ୍ରକାଶ କରିଛନ୍ତି । ଦଳ ଯଦି ମୋଦେ ଏହି ସୁଯୋଗ ଦେଇ ନ ଥାଆନ୍ତା ତେବେ ମୁଁ କେବେ ଏହା କରିପାରି ନ ଥାଆନ୍ତି ବୋଲି ରାୱତ କହିଛନ୍ତି । ଯାହାଙ୍କୁ ବି ଏହି ସୁଯୋଗ ମିଳିବ ସେ ଏହାକୁ ଆଗକୁ ବଢାଇବେ ବୋଲି ରାୱତ କହିଛନ୍ତି । ତେବେ କାହିଁକି ସେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଦଳ ଯେତେବେଳେ ନିଷ୍ପତ୍ତି ନିଏ ଏହା ସାମୁହିକ ବିଚାର ମାଧ୍ୟମରେ ନିଆଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri