ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ସହାୟତା

ବାରିପଦା ଅଫିସ,୧ା୫ – ମହାମାରୀ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ବାରିପଦା ଡ଼ିଲର ମୟୂରଭଞ୍ଜ ଏଣ୍ଟରପ୍ରାଇଜସ୍‌ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ମ୍ୟାନେଜିଙ୍ଗ ପାର୍ଟନର ସନନ୍ଦ କୁମାର ଦାସ ଗୁରୁବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଏହି ସହାୟତା ରାଶି ଚେକ୍‌ ପ୍ରଦାନ କରିଥିଲେ।