ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କଲେ ୨୬ ସରପଞ୍ଚ

ସୋନପୁର,୩୦।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକର ସମସ୍ତ ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ବ୍ଲକର ୨୬ ପଞ୍ଚାୟତର ସରପଞ୍ଚ ସେମାନଙ୍କ ସମ୍ମାନ ସୂଚକ ଭତ୍ତାରୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ଜିଲା ସରପଞ୍ଚ ସଂଘ ସଭାପତି ତଥା ବାଙ୍କିପାଲି ସରପଞ୍ଚ ପ୍ରକାଶ ଚନ୍ଦ୍ର ସାହୁ, ରାମପୁର ସରପଞ୍ଚ ସରୋଜ ମେହେର, ଗଜବନ୍ଧ ସରପଞ୍ଚ ବଲ୍ଲଭ ଖେତି, ମାୟାବାର୍ହା ସରପଞ୍ଚ ରମେଶ ଭୋଇ ଓ ବଡକର୍ଲେ ସରପଞ୍ଚଙ୍କ ପ୍ରତିନିଧି ଭରତ ସାହୁ ଗୁରୁବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ତାଙ୍କ ପ୍ରକୋଷ୍ଠରେ ଏହି ଚେକ୍‌ ପ୍ରଦାନ କରିଛନ୍ତି ।