ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ଭଦ୍ରକର ପି.ଏନ୍‌. ଏଜେନ୍ସିି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପି.ଏନ୍‌. ଏଜେନ୍ସିି ପକ୍ଷରୁ ସମାଜସେବୀ ସୀତାଂଶୁ ମହାପାତ୍ର ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସଙ୍କୁ ଏକ ଚେକ୍‌ ପ୍ରଦାନ କରିଛନ୍ତି। ଏହି ଅବସରରେ ମହାପାତ୍ର ସହରବାସୀଙ୍କୁ ଲକ୍‌ଡାଉନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି।