ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସୁନ୍ଦରଗଡ ଜିଲା କେନ୍ଦ୍ରସମବାୟ ବ୍ୟାଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ

ସୁୁନ୍ଦରଗଡ, ୮ା୪ (ଡି.ଏନ୍‌.ଏ)- କରୋନା ମୁକାବିଲା ପାଇଁ ସୁନ୍ଦରଗଡ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବ୍ୟାଙ୍କର ସଭାପତି ଭବାନୀ ପ୍ରସାଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯିବା ପରେ ବ୍ୟାଙ୍କ ତରଫରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ଦାଶ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ଏହି ୧୦ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।