ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ନାଉଗଁା, ୬।୪ (ସ୍ବ.ପ୍ର.)-କୋଭିଡ୍‌-୧୯ର ମୁକାବିଲା ପାଇଁ ଫିଲ୍ମ ତାରକାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଲୋକେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି କ୍ରମରେ ନାଉଗଁା ବ୍ଲକ ତିରୁଣାସ୍ଥିତ ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସଂଘର ସମ୍ପାଦକ ବିକାଶ ରଞ୍ଜନ ପରିଡ଼ା, ସହ ସମ୍ପାଦକ ଶ୍ରୀକାନ୍ତ ସ୍ବାଇଁ, କୋଷାଧ୍ୟକ୍ଷ ଦେବଦତ୍ତ ତ୍ରିପାଠୀ ଓ ସଂଘର କନିଷ୍ଠ ସଦସ୍ୟ ବିଘ୍ନ ବିନାୟକ ଦାସ ପ୍ରମୁଖ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ୨ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ସେହିପରି ନାଉଗଁା ହାଟସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ପପିନ୍ଦ୍ର ଲେଙ୍କା ଏକ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରିଛନ୍ତି। ଏଭଳିସ୍ଥିତିରେ ଅନ୍ୟମାନେ ମଧ୍ୟ ସହଯୋଗର ହାତ ବଢ଼ାଇବାକୁ ସେମାନେ ଅନୁରୋଧ କରିଛନ୍ତି।