ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର, ୧୩।୧: ରାୟଗଡାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାୟଗଡାରେ ଘରୋଇ କମ୍ପାନୀଗୁଡିକ ଜମି ନେଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଉ ନ ଥିଲେ। କିନ୍ତୁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ଫଳରେ କମ୍ପାନୀଗୁଡିକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ସହ ସେମାନଙ୍କ ପାଇଁ ରୋଜଗାର ବ୍ୟବସ୍ଥା କରିଛନ୍ତି। ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେଣୁ ରାୟଗଡାର ବିଧାୟକ ହିସାବରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଥିବା ମକରନ୍ଦ କହିଛନ୍ତି। ସେହିପରି ବିଜେଡିରେ ମିଶିବା ଚର୍ଚ୍ଚାକୁ ନେଇ ସେ ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି, ସରକାର ଭଲ କାମ କଲେ ମୁଁ ତାଙ୍କ ସହ ଅଛି। ଏହାମାନେ ନୁହେଁ ଯେ, ମୁଁ ବିଜେଡିରେ ଅଛି ବୋଲି ମକରନ୍ଦ ମତ ଦେଇଛନ୍ତି।