ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ

ଭୁବନେଶ୍ୱର,୧୨।୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଲୋକସେବା ଭବନରେ ଉଭୟଙ୍କ ସାକ୍ଷାତ୍‌ ହୋଇଛି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସାକ୍ଷାତ୍‌ ପରେ ପ୍ରତିକ୍ରିୟା ଦେଇ ପ୍ରତାପ କହିଛନ୍ତି, ରାଉରକେଲାରେ ଟୁଲ୍‌ ରୁମ୍‌ ଟ୍ରେନିଂ ସେଣ୍ଟର ପାଇଁ କେନ୍ଦ୍ର ସରକାର ଅନୁଦାନ ଦେବେ, ହେଲେ ଏଥିପାଇଁ ରାଜ୍ୟ ସରକାର ଜମି ଯୋଗାଇବେ। ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି, ବାଲେଶ୍ୱରରେ ଏକ୍ସଟେନ୍‌ସନ ସେଣ୍ଟର ହେବ। ପ୍ରତି ଏକ୍ସଟେନ୍‌ସନ ସେଣ୍ଟର ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ସାରା ଦେଶରେ ୨୨୬ଟି ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ହେବ। ଉପକୂଳ ଜିଲାରେ ଅବ୍ୟବହୃତ ୬୭୦୦ ଏକର ଜମିରେ ହେବ ମାଛଚାଷ। ଏସବୁ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି।