ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ;ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ପ୍ରଶଂସନୀୟ: ଆବାସ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଭାରତରେ ଥିବା ସିରିଆ ରାଷ୍ଟ୍ରଦୂତ ରିଆଦ ଆବାସ ଏବଂ ତାଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ମଣ୍ଡଳୀ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ଭେଟି ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଏବଂ ସିରିଆର ମିଳିତ ସ୍ବାର୍ଥ ସମ୍ପର୍କରେ ବିଭିନ୍ନ ବିଷୟ ଆଲୋଚନା କରିଛନ୍ତି। ଏଥିସହିତ ସିରିଆ ରାଷ୍ଟ୍ରଦୂତ ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ହେଉଥିବା ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତାଙ୍କ ପାଇଁ ଏକ ବଡ଼ ସମ୍ମାନ। ଓଡ଼ିଶା ଓ ସିରିଆ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମ ଦେଶକୁ ନିମନ୍ତ୍ରଣ କରୁଛୁ। ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଆବାସ କହିଛନ୍ତି। ଓଡ଼ିଶା ତୃଣମୂଳସ୍ତରରୁ ଅନେକ ପରିବର୍ତ୍ତନ କରିପାରିଛି। ଓଡ଼ିଶା ସରକାରଙ୍କ ଦୁଃସ୍ଥ ଓ ଅସହାୟଙ୍କୁ ସଶକ୍ତ ଏବଂ ସମର୍ଥନ ଏକ ଦୃଷ୍ଟାନ୍ତ। ଏଥିସହିତ ଆବାସ କିଟ୍‌ ବିଶ୍ୱବିଦ୍ୟାଳୟ ଗସ୍ତକରି ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ ଭେଟି ଆଲୋଚନା କରିଥିଲେ।
ଇରାନ ଓ ଆମେରିକା ବିବାଦ ଯୋଗୁ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ସମ୍ପର୍କରେ ଆବାସ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଅଞ୍ଚଳରେ ଆମେରିକାର ନୀତି ଭୁଲ୍‌ ପ୍ରମାଣିତ ହୋଇଛି। ଆମେରିକାକୁ ତାଙ୍କ ଦେଶ ବିଶ୍ୱାସକୁ ନେଇପାରିବ ନାହିଁ। ଦକ୍ଷିଣ କୋରିଆ, ୟୁକ୍ରେନ୍‌ ଏବଂ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଆମେରିକାର ସମସ୍ତ ପ୍ରକଳ୍ପ ଫେଲ୍‌ ମାରିଛି। ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମକୁ ଆମେରିକା ବନ୍ଦ କରିପାରିବ ନାହିଁ। ସେହି ରାଷ୍ଟ୍ର ମଧ୍ୟପ୍ରାଚ୍ୟ କିମ୍ବା ୟୁକ୍ରେନ୍‌ରେ କୌଣସି ବିକାଶ କରିପାରିନାହିଁ। ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍‌ର ନୀତିକୁ ଆମେରିକା ଅନୁସରଣ କରୁଛି। ଇସ୍ରାଏଲ୍‌ ସିରିଆର ଜମିକୁ ଅଧିଗ୍ରହଣ କରି ରଖିଛି। ସମସ୍ୟାର ସମାଧାନ ପାଇଁ ଆମେ ଇଚ୍ଛୁକ ଥିଲାବେଳେ ଇସ୍ରାଏଲ୍‌ ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନେଉନାହିଁ ବୋଲି ଆବାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri