ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି : ‘ଖଣି ଦୁର୍ନୀତି କରିଥିବା କମ୍ପାନୀକୁ ନିଲାମରେ ସାମିଲ କରନି’

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟ ସରକାର ୩୧ଟି ଖଣିର ନିଲାମ କରିବାକୁ ଯାଉଛନ୍ତି। ଯେଉଁ କମ୍ପାନୀଗୁଡିକ ଖଣି ଦୁର୍ନୀତିରେ ସାମିଲ ଥିଲେ ସେମାନଙ୍କୁ ଖଣି ନିଲାମରୁ ବାଦ୍‌ ଦିଆଯାଉ। ଯେଉଁମାନଙ୍କର ଷ୍ଟିଲ ଓ ଲୁହା ଉତ୍ପାଦନ କାରଖାନା ଅଛି ସେମାନଙ୍କୁ ଏହି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉ। ଖଣି ଓ ଖଣିଜଭିତ୍ତିକ ଶିଳ୍ପ ସଂସ୍ଥାରେ ଥିବା ନିଯୁକ୍ତିରେ ସ୍ଥାନୀୟ ଓଡିଆ ଯୁବକମାନେ କିପରି ନିଯୁକ୍ତି ପାଇବେ ତାହା ନିଶ୍ଚିତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ବିରୋଧୀ ଦଳ ନେତା ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଖଣି ବିଭାଗ ନିଲାମରେ ଭାଗନେବାକୁ ଯାଉଥିବା ଖଣି କମ୍ପାନୀ ଗୁଡିକର ସ୍ଥାନୀୟ ବିକାଶ ପାଇଁ କ’ଣ କରିବେ ତାହା ଆଗୁଆ ସାଧାରଣରେ ପ୍ରକାଶ କରନ୍ତୁ। କିପରି ପ୍ରାକୃତିକ ସମ୍ବଳକୁ ଉଚିତ ବିନିଯୋଗ କରାଯାଇ ଗରିବ ଲୋକଙ୍କ ଆର୍ଥତ୍କ ପ୍ରଗତି ଅଣାଯିବ ତାହା ସରକାରଙ୍କ ପ୍ରାଥମିକତାରେ ରହିବା ଉଚିତ। କେନ୍ଦୁଝର ଜିଲାର ଲୁହାପଥରରେ ସାରା ଦେଶରେ ଷ୍ଟିଲ ନିର୍ମାଣ ହେଉଛି କିନ୍ତୁ ସେଠାରେ ୬୨ପ୍ରତିଶତ ଲୋକ ଗରିବ। ଏସିଆର ବକ୍ସାଇଟ କ୍ୟାପିଟାଲ କୁହାଯାଉଥିବା କୋରାପୁଟ ଆଦିବାସୀ ଲୋକଙ୍କ ଆର୍ଥତ୍କ ସ୍ଥିତି କେତେ ପଛରେ ତାହା ସମସ୍ତେ ଜାଣନ୍ତି। ବର୍ତ୍ତମାନ ମଧ୍ୟ କୋରାପୁଟ ଜିଲା ଦେଶର ସବୁଠାରୁ ପଛୁଆ ଜିଲା ତାଲିକାରେ ଆସୁଛି। ୭୯ପ୍ରତିଶତ ଲୋକ ବିପିଏଲ ତାଲିକାରେ ଅଛନ୍ତି। ଶିଳ୍ପାୟନର ସ୍ପପ୍ନ ଦେଖାଇ ରାଜ୍ୟର ବହୁମୁଲ୍ୟ ଖଣିଜ ସମ୍ପଦର ଦୁରୁପଯୋଗ ଓ ଲୁଟ ଚାଲିଛି। ଖଣି ଚୋରି ପ୍ରଘଟ ହେବା ପରେ ୨୦୧୪ ନିର୍ବାଚନର ଠିକ ପୂର୍ବରୁ ଲୁଣ୍ଠନକାରୀ ଖଣି ମାଲିକଙ୍କଠାରୁ ୫୯ ହଜାର କୋଟି ଟଙ୍କା ଜରିମାନା ଆଦାୟର ନୋଟିସ ରାଜ୍ୟ ସରକାର ଦେଇଥିଲେ। ମାତ୍ର ସୁପ୍ରିମକୋର୍ଟଙ୍କ ରାୟର ମିଛ ବାହାନା କରି ୧୭ରୁ ୧୮ ହଜାର କୋଟି ଟଙ୍କା ମଧ୍ୟରେ ଜରିମାନା ଆଦାୟ ପାଇଁ ସରକାର କାହିଁକି ନିଷ୍ପତ୍ତି ନେଲେ। ଖଣି ଦୁର୍ନୀତିରେ ସମ୍ପୃକ୍ତ ମାଲିକଙ୍କୁ ସରକାରଙ୍କ ମାଇନିଂ ରପ୍ତାନି ନୀତି ସବୁଠାରୁ ବେଶି ସୁହାଇଥିଲା। ରାଜ୍ୟର ବହୁ ବିଧାୟକ ଖଣି ଚୋରି ନେଇ ଜୁନ୍‌ ୨୦୦୭ରେ ମୁଖ୍ୟମନ୍ତ୍ରୀଙ୍କୁ ମାଇନିଙ୍ଗ ଏକ୍ସପୋର୍ଟ ବନ୍ଦ କରିବା ପାଇଁ ଏକ ଚିଠି ଲେଖିଥିଲେ। ବିଧାୟକଙ୍କ ଉଦ୍‌ବେଗର ୫ବର୍ଷ ପରେ ଅର୍ଥାତ ସବୁ ଚୋରି ହୋଇ ଖାଲିହୋଇ ଗଲା ପରେ ୨୦୧୨ରେ ମୁଖ୍ୟମନ୍ତ୍ରୀ ଖଣି ଉତ୍ତୋଳନ ବନ୍ଦ କରିବାକୁ କହିଲେ। ରାଜ୍ୟରେ କାରଖାନା ହେଲେ ଖଣିଜ ସମ୍ପଦର ଲାଭ ରାଜ୍ୟବାସୀ ପାଇପାରନ୍ତେ। କାରଖାନାଗୁଡିକରେ ନିଯୁକ୍ତି ସୃଷ୍ଟି ହୋଇପାରନ୍ତା। ଆମ ଖଣିଜ ସମ୍ପଦର ସୁବିନିଯୋଗ କରିବା ପାଇଁ ରାଜ୍ୟରେ ଲୁହା ଓ ଷ୍ଟିଲ କାରଖାନା ବସାଇବା ଦିଗରେ ଯତ୍ନବାନ ହେବାକୁ ବିରୋଧୀ ଦଳ ନେତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?