ମୁକ୍‌ଲା ହେଇ ପଡ଼ିଛେ ଟ୍ରାନ୍ସଫର୍ମର

ଜାମଟିକ୍ରା, ୧୨।୮ (ଡି.ଏନ୍‌.ଏ.):  ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଜାମଟିକ୍ରା ଗଁାର ମୁଖିଆ ଛକ୍‌ରେ ମୁକଲା ହେଇ ବିପଦ୍‌ ଅବସ୍‌ତାରେ ଗୁଟେ ଟ୍ରାନ୍ସଫର୍ମର ପଡ଼ି ରହିଛେ। ଇ ରାସ୍‌ତାରେ ସବୁବେଲେ ଜନସାଧାରନ ସମେତ ଛୋଟ ଛୋଟ ଛୁଆମାନେ ସ୍କୁଲ ଯିବାର ଆଏବାର କରୁଛନ୍‌। ସେନ୍‌ତା ଅନେକ ସମିଆରେ ଗାଈଗୋରୁ, ଛେଲ୍‌ମେଢ଼ି ଚରବାର ସୁରେ ଇ ଟ୍ରାନ୍ସଫର୍ମର ପାସ୍‌କେ ପଲଉଛନ୍‌। ଟ୍ରାନ୍ସଫର୍ମର ଚାରହିକୁତି ବାଡ଼ା ନାଇଁଥିଲାବେଲେ ଇ ଜାଗାରେ ରାସ୍‌ତାଟା ସଁାକୁର ଅଛେ। ଯେନ୍‌ଥିରଲାଗି ବିପଦ୍‌ଟା ଦୁଇଗୁନା ବଢ଼ି ଯାଉଛେ। ଇ ରାସ୍‌ତାରେ ଲୋକ୍‌ ଗଲା ଆଏଲାବେଲେ ସବୁବେଲେ ଡରି ଡରି ଯାଆସ କରୁଛନ୍‌। ବିଭାଗୀୟ କତୁରପକ୍ଷ ଇ ଦିଗେ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ଟ୍ରାନ୍ସଫର୍ମରର ଚାର୍‌ହିକୁତି ବାଡ଼ା ଦେବାକେ ଗଁାବାସୀ ଦାବି କରିଛନ୍‌।