Categories: ମେଟ୍ରୋ

ମୁକ୍ତ ହେଲେ ୫ କଏଦୀ

ବାରଙ୍ଗ,୨୫।୧୧(ଡି.ଏନ.ଏ): ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରୁ ତିନିଦିନ ମଧ୍ୟରେ ୫ଜଣ କଏଦୀ ମୁକ୍ତ ହୋଇଛନ୍ତି। ଭୁବନେଶ୍ୱର ସ୍ବତନ୍ତ୍ର ଜେଲରୁ ୨୦୧୦ରେ ଏଠାକୁ ଆସିଥିବା ଦୀପକ କୁମାର ସାହୁ ଓ ଚୌଦ୍ୱାର ସର୍କଲ ଜେଲ୍‌ରୁ ୨୦୧୨ରେ ଆସିଥିବା ଅସଗର୍‌ ଖାଁକୁ ଗୁରୁବାର ଖଲାସ କରାଯାଇଛି। କୋରାପୁଟ ସର୍କଲ ଜେଲରୁ ୨୦୧୨ରେ ଆସିଥିବା ମନୋଜ କୁମାର ପାଢୀ ଓ କେନ୍ଦୁଝର ଜିଲା କାରାଗାରରୁ ୨୦୧୮ରେ ଆସିଥିବା ମଙ୍ଗଳସିଂ ମୁଣ୍ଡାକୁ ଶୁକ୍ରବାର ଖଲାସ କରାଯାଇଛି। ସେହିଭଳି ଶନିବାର ରାଉରକେଲାର ସ୍ବତନ୍ତ୍ର ଜେଲରୁ ୨୦୧୮ରେ କାରାଶ୍ରମକୁ ଆସିଥିବା ଧାମା ମିଞିଆଙ୍କୁ ଖଲାସ କରାଯାଇଛି। ସେମାନେ ନରହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ଥ ହୋଇ ୧୨ବର୍ଷ ସଜା କାଟିବାପରେ ଚରିତ୍ରରେ ପରିବର୍ତ୍ତନ ଘଟୁଥିବା କଏଦୀମାନଙ୍କୁ ଏହି କାରାଶ୍ରମକୁ ଆସିଥାନ୍ତି। ୫ଜଣ କଏଦୀ ଖଲାସ ପରେ କାରାଶ୍ରମରେ ୭୦ଜଣ ଅନ୍ତେବାସୀ ରହିଛନ୍ତି।