ମିଶନ ଶକ୍ତି ମହିଳାଙ୍କୁ ମିଳିବ ମିଲ୍‌ ପିଛା ୨ ଟଙ୍କା ପ୍ରୋତ୍ସାହନ ରାଶି

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆ ଘୋଷଣା କରିଛନ୍ତି। ପ୍ରବାସୀମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଆଗକୁ ଦୈନିକ ୧୫ହଜାର ଲୋକଙ୍କ ନମୁନା ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତିି। ସେହିଭଳି ଗ୍ରୀନ୍‌ ଜୋନ୍‌ରେ କୃଷି, ଶିଳ୍ପ, ଜୀବିକା, ପରିବହନ ସ୍ବାଭାବିକ କରାଯିବ। ଶିଳ୍ପ ସଂସ୍ଥାର ସମସ୍ୟା ସମାଧାନ ପାଇଁ ଆଦର୍ଶ ନୀତି ଆସିବ। ଚାଷୀ ଓ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଋଣ ସହାୟତା ବଢ଼ିବ। ଇତିମଧ୍ୟରେ ମିଶନ ଶକ୍ତି ମହିଳାମାନେ ୨ କୋଟିରୁ ଅଧିକ ମିଲ ଯୋଗାଇଲେଣି। ସେମାନଙ୍କୁ ପ୍ରତି ମିଲ୍‌ ପିଛା ୨ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ମିଳିବ। ବାହାରେ ଅଧିକ ଲୋକ କାମ କରୁଥିବା ଜିଲା ଉପରେ ଦୃଷ୍ଟି ରହିବ ବୋଲି ସେ କହିଛନ୍ତି।