ମିଶନ୍‌ ‘ବିୟୁଟି ସିଟି’ ତ୍ୱରାନ୍ବିତ: ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ

ବାଲେଶ୍ୱର ଅଫିସ, ୧୫।୧୦-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ମିଶନ୍‌ ‘ବିୟୁଟି ସିଟି’ ପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ଚଳିତବର୍ଷ ଦୁର୍ଗାପୂଜା ପାଇଁ ବନ୍ଦ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ସୋମବାର ପୂର୍ବାହ୍ନରେ ତେଲେଙ୍ଗାସାହି-ଶୋଭାରାମପୁର ରାସ୍ତାରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇ ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି।
ରାସ୍ତା ପାର୍ଶ୍ୱରେ ଜବରଦଖଲ ହୋଇ ରହିଥିବା ୧୦ରୁ ଊର୍ଦ୍ଧ୍ୱ ଘରଗୁଡ଼ିକ ଜେସିବି ଦ୍ୱାରା ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପ୍ରକ୍ରିୟାରେ ମାଜିଷ୍ଟ୍ରେଟ୍‌ ଭାବେ ସଦର ତହସିଲଦାର ପଞ୍ଚାନନ ପାତ୍ର ଏବଂ ସହଦେବଖୁଣ୍ଟା ମଡ଼େଲ ଥାନାଧିକାରୀ ପରେଶ ରାଉତଙ୍କ ସମେତ ୧ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିଥିଲେ।