Categories: ଜାତୀୟ

ମିଳିଲା ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ: ଶିବନ

ନୂଆଦିଲ୍ଲୀ,୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋର) ମୁଖ୍ୟ କେ. ଶିବନ ଭାରତ ପାଇଁ ଏକ ଖୁସି ଖବର ଦେଇଛନ୍ତି। ରବିବାର ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ ମିଳିଥିବା ସେ ସୂଚନା ଦେଇଛନ୍ତି। ଚନ୍ଦ୍ରୟାନ-୨ର ଅର୍ବିଟରରେ ଲାଗିଥିବା ଅପ୍ଟିକାଲ ହାଇ ରିଜୋଲ୍ୟୁଶନ କ୍ୟାମେରା ବିକ୍ରମ ଲ୍ୟାଣ୍ଡର ଏକ ଫଟୋ ନେଇଥିବା ସେ କହିଛନ୍ତି। ତେବେ ଏହାସହ ଯୋଗାଯୋଗ ହୋଇ ପାରୁ ନ ଥିବା ବେଳେ ଖୁବ୍‌ଶୀଘ୍ର ଏହାସହ ଯୋଗାଯୋଗ ହେବ ବୋଲି ସେ କହିଛନ୍ତି।

Share