ମିଲର୍ସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ସୋନପୁର,୧୭।୪(ନି.ପ୍ର.) : କରୋନା ମହାମାରୀର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲା ମିଲର୍ସ ସଂଘ ୫ଲକ୍ଷ ୫୧ହଜାର ଟଙ୍କା ପ୍ରଦାନ କରିଛି। ଶୁକ୍ରବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଚେକ୍‌ ପ୍ରଦାନ କରିଛନ୍ତି। ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରାଙ୍କ ଉପସ୍ଥିତିରେ ମିଲର୍ସ ମହାଜନ ସାହୁ, ବଜରଙ୍ଗ ଅଗ୍ରଓ୍ବାଲା, ଗିରିରାଜ ରାଠି, ମନୋଜ ପଧାନ, ସାଓରିଆ ଅଗ୍ରଓ୍ବାଲା, ଆଶିଷ ବାବୁ, ମନିଷ ଅଗ୍ରଓ୍ବାଲା ଓ ମମତାଜ ପଣ୍ଡା ପ୍ରମୁଖ ଚେକ୍‌ ପ୍ରଦାନ କରିଥିଲେ।