ମିନିଷ୍ଟାଡ଼ିୟମ୍‌ ପରିଦର୍ଶନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ

ବାଲେଶ୍ୱର ଅଫିସ, ୩।୯-ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲାସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ସ୍ବାଗତ କରାଯାଇଛି। ଏଥିସହ କ୍ରାଡା କ୍ଷେତ୍ରରେ କିପରି ଉନ୍ନତି କରାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା। ଏଥିରେ ଟାଉନ ଛାତ୍ର ସଭାପତି ବ୍ରଜକିଶୋର ପ୍ରଧାନ, ମହାସଚିବ କୁଶାଲ ଚାଟାର୍ଜୀ, ଉପସଭାପତି ବିଜୟ ଜେନା, ସାଧାରଣ ସମ୍ପାଦକ କିରଣ ନାଥ, ସିମନ ସାମଲ, ମନୋରଞ୍ଜନ ମହାରଣା, ଶିବଶଙ୍କର ଦାସ ଓ ଦେବବ୍ରତ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ବେହେରା, ତାଙ୍କର ସଚିବ ଓ ଜିଲା କ୍ରୀଡ଼ା ଅଫିସର ପୂର୍ଣ୍ଣଚନ୍ଦ୍ର ଜେନା ଓ ଅନ୍ୟ ଅଧିକାରୀମାନଙ୍କ ସହ ବ୍ଲକ ଲେଭଲ ମିନି ଷ୍ଟାଡ଼ିୟମ୍‌ ପରିଦର୍ଶନ କରିଥିଲେ। ଏହି ସମୟରେ ରେମୁଣା ବ୍ଲକ ଶ୍ରୀଜଙ୍ଗ ପଞ୍ଚାୟତରେ ନିର୍ମାଣ ହେବାକୁ ଥିବା ମିନି ଷ୍ଟାଡ଼ିୟମ୍‌ ଏବଂ ସଦର ବ୍ଲକରେ ନିର୍ମିତ ଇଷାଣୀ ପଡ଼ିଆରେ ଥିବା ମିନିଷ୍ଟାଡ଼ିୟମ୍‌କୁ ପରିଦର୍ଶନ କରିଥିଲେ। ତାଙ୍କ ସହିତ ବହୁ ସରକାରୀ ଅଫିସର, ଶ୍ରୀଜଙ୍ଗ ସରପଞ୍ଚ କାର୍ତ୍ତିକେଶ୍ୱର ବାରିକ ଉପସ୍ଥିତ ଥିଲେ।