ମା’ ଭୂମିକାରେ ସନ୍ତୁଷ୍ଟ ପ୍ରମିଳା

ଯାତ୍ରା ହେଉଛି ଜୀବନ ତଥା ସମାଜର ଛବି। ପାରିବାରିକ କାହାଣୀକୁ ଆଧାର କରି ପ୍ରସ୍ତୁତ ହୁଏ ନାଟକ। ଆଉ ପରିବାର ବିଷୟ ଉଠିଲେ ଗୋଟିଏ ମା’ର କଥା ନିଶ୍ଚୟ ମନକୁ ଆସେ। ମା’କୁ ବାଦ୍‌ଦେଇ ପରିବାର ସମ୍ପୂର୍ଣ୍ଣ ନୁହେଁ। ସେହିଭଳି ମା’ ଚରିତ୍ରକୁ ବାଦ୍‌ ଦେଲେ କାହାଣୀ ରଚନା ବି ସମ୍ଭବ ନୁହେଁ। ଯାତ୍ରା ଜଗତର ତଥା ନାଟକୀୟ କାହାଣୀର ଜଣେ ମା’ କଳାକାର ହେଉଛନ୍ତି ପ୍ରମିଳା ଲେଙ୍କା। ନୂଆ ଯାତ୍ରା ସିଜନ୍‌ରେ ଯାତ୍ରାନୁଷ୍ଠାନ ‘ସ୍ବପ୍ନମହଲ’ରେ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଥିବା ଏହି ଅଭିନେତ୍ରୀଙ୍କ ଯାତ୍ରା ଜୀବନ ଆରମ୍ଭ ହୋଇଥିଲା ଆଜିକୁ ୨୭ବର୍ଷ ତଳେ। ଭଦ୍ରକର ମାନ୍ତପୁର ଗ୍ରାମରେ ତାଙ୍କର ଜନ୍ମ। ତାଙ୍କର ଦୁଇଭଉଣୀ ଚମ୍ପା ଓ ମଲ୍ଲୀ ‘ଓଡ଼ିଶା ଅପେରା’ରେ ଅଭିନୟ କରୁଥିଲେ। ସେମାନଙ୍କ ଉତ୍ସାହରେ ମାତ୍ର ୧୪ବର୍ଷ ବୟସରେ ‘ଜଗାବଳିଆ ଅପେରା’ରେ ଜଣେ ଶିଶୁ କଳାକାର ଭାବରେ ଯୋଗ ଦେଇଥିଲେ ପ୍ରମିଳା। ପ୍ରଥମେ ସାନଭଉଣୀ ଭୂମିକା ମିଳୁଥିଲା। ପରେ ସେ ‘ଉର୍ବଶୀ ଗଣନାଟ୍ୟ’ରେ ଯୋଗଦେଲେ। ତେବେ ତାଙ୍କୁ ନାୟିକା ଭୂମିକା ମିଳିଲା ‘ଉତ୍କଳ ଗଣନାଟ୍ୟ’ରେ। ‘ପାଗଳୀ ଆସିଛି ଆମ ଗଁାକୁ’, ‘ବାଉନ ବଜାର ତେପନଗଳି’ ଆଦି ନାଟକରେ ଅଭିନୟ କରି ସେ ଯାତ୍ରା ଜଗତରେ ନିଜର ସ୍ଥିତିକୁ ସୁଦୃଢ଼ କରିଥିଲେ। ଇତିମଧ୍ୟରେ ସେ ‘ସତ୍ୟଶ୍ରୀ ଗଣନାଟ୍ୟ’, ‘ବାଣେଶ୍ୱରୀ, ତ୍ରିରଙ୍ଗା’, ‘ଦୁର୍ଗାଶ୍ରୀ’, ‘ଓମ୍‌ ଶ୍ରୀ’, ‘ଇନ୍ଦ୍ରମହଲ’ ଆଦି ଯାତ୍ରାନୁଷ୍ଠାନରେ ଅଭିନୟ କରିସାରିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ପୂଜନୀୟ ବାପା’, ‘କାଖରେ କଳସୀ ମୁଣ୍ଡରେ ଗରା’, ‘ଧନରେ ଗେଲ କରିବାକୁ ମନ’, ‘ସଜେଇ ଦିଅଲୋ ବେଦିକି ଯିବି’, ‘ସ୍ବାମୀକୁ ଛୁଇଁଲେ ପାପ’, ‘ଟୋକିଟା ବଡ଼ ବୋକିଟା’, ‘ଫୁଲେଇ ଜହ୍ନ’, ‘ସରକାରୀ ସ୍ବାମୀ’, ‘ସତୀ-ଅସତୀ-ମହାସତୀ’, ‘ଆମ୍ମା ଏକ ରୁଟି ଦେ’, ‘ସିନ୍ଦୂର ପିନ୍ଧିଲେ ଲାଜ ଲାଗୁଛି’, ଉର୍ବଶୀ ଆସୁଛି ଇନ୍ଦ୍ରମହଲ’, ‘ବଡ଼ଲୋକକୁ ଉତ୍ତର ନାହିଁ’, ‘ଗଙ୍ଗା ପାପକଲେ ଧୋଇବ କିଏ’, ‘ଶ୍ରୀକୃଷ୍ଣ ମୋର ଶେଷ ସାକ୍ଷୀ’, ‘ଚୁପ୍‌ଚାପ୍‌ ରାତି ଟୁପ୍‌ଟାପ୍‌ କଥା’, ‘ବାସନ୍ତୀର ଚିଠି ମୁଖ୍ୟମନ୍ତ୍ରୀଙ୍କୁ’ ଏବଂ ଆହୁରି ଅନେକ। ଆସନ୍ତା ନୂଆ ଯାତ୍ରା ସିଜନ୍‌ ପାଇଁ ‘ସ୍ବପ୍ନମହଲ’ରେ ଜାରି ରହିଥିବା ପ୍ରଥମ ନାଟକ ‘ବାପା ବଉ ତୁମେ ଭୁଲକଲ’ରେ ତାଙ୍କୁ ଏକ ଟ୍ରାଜେଡି ମଦର ଚରିତ୍ର ମିଳିଛି ଯେଉଁ ଚରିତ୍ରଟିକୁ ନେଇ ଖୁବ୍‌ ଖୁସି ଅଛନ୍ତି ପ୍ରମିଳା। ସ୍ବାମୀ ତଥା ଅଭିନେତା ରତିକାନ୍ତ ଲେଙ୍କାଙ୍କ ପ୍ରେରଣା ଏବଂ ଦୁଇପୁଅ ସମୀର ଓ ଦିବ୍ୟ ଶେଖରଙ୍କ ସହଯୋଗ ତାଙ୍କୁ ଆଗକୁ ବାଟ କଢ଼େଇ ନେଉଛି ବୋଲି କହୁଥିବା ଏହି ଅଭିନେତ୍ରୀ ୨୭ବର୍ଷର କ୍ୟାରିଅରରେ ବହୁ ନାଟକରେ ଅଭିନୟ କରି ସାରିଥିଲେ ମଧ୍ୟ ଦୁଇଗୋଟି ନାଟକ ତାଙ୍କ ପାଇଁ ଅଭୁଲା ହୋଇ ରହିଯାଇଛି। ସେ ଦୁଇଟି ହେଉଛି ‘କାଖରେ କଳସୀ ମୁଣ୍ଡରେ ଗରା’ ଏବଂ ‘ଚୁପ୍‌ଚାପ୍‌ ରାତି ଟୁପ୍‌ଟାପ୍‌ କଥା’। କାରଣ ଏଥିରେ ତାଙ୍କୁ ତାଙ୍କ ମନଲାଖି ଭୂମିକା ମିଳିଥିଲା। ଆଉ ଦର୍ଶକମାନେ ବି ତାଙ୍କ ଅଭିନୟକୁ ଭୂରିଭୂରି ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri