Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସହର ହୋସ୍ପେଟ୍‌, ସାଇତି ରଖିଛି ପ୍ରାଚୀନ ଯୁଗର ସ୍ମାରକୀ

କର୍ନାଟକର ବେଲ୍ଲାରି ଜିଲା ଅନ୍ତର୍ଗତ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ହେଉଛି ହୋସ୍ପେଟ୍‌, ଯାହା ନିଜର ଐତିହାସିକ ତଥା ପ୍ରାକୃତିକ ମହତ୍ତ୍ୱ ପାଇଁ ବେଶ୍‌ ପ୍ରସିଦ୍ଧ। ତୁଙ୍ଗଭଦ୍ରା ନଦୀ କୂଳରେ ଥିବା ଏହି ଛୋଟ ସହରଟି କର୍ନାଟକସ୍ଥିତ ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହାମ୍ପିଠାରୁ ପ୍ରାୟ ୧୨ କି.ମି ଦୂରରେ ଅବସ୍ଥିତ। ଛୋଟ ସହରଟିଏ ହୋଇଥିଲେ ବି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ କୌଣସି ଗୁଣରେ କମ୍‌ ନୁହେଁ। ପ୍ରାଚୀନ ଯୁଗର ଅନେକ ସ୍ମାରକୀକୁ ଏହା ନିଜ ଭିତରେ ସାଇତି ରଖିଥିବା ଏବେ ବି ଦେଖିବାକୁ ମିଳେ। ଖାସ୍‌ ସେଥିପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ।

କେମିତି ଯିବେ
ଏଠାକୁ ଯିବାପାଇଁ ଗମନାଗମନର ବେଶ୍‌ ସୁବିଧା ରହିଛି। ସ୍ଥାନୀୟ ଜିନ୍ଦଲ ବିଜୟନଗର ଏୟାର୍‌ପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର, ଯାହା ହୋସ୍ପେଟ୍‌ଠାରୁ ପ୍ରାୟ ୩୦ କି.ମି ଦୂରରେ ଅବସ୍ଥିତ। ତେବେ ସ୍ଥାନୀୟ ଏହି ଏୟାର୍‌ପୋର୍ଟକୁ ବାଙ୍ଗାଲୋର୍‌ ତଥା ହାଇଦ୍ରାବାଦ୍‌ରୁ ନିୟମିତ ବ୍ୟବଧାନରେ ବିମାନ ଚଳାଚଳ କରିଥାଏ। ଅନ୍ୟପକ୍ଷେ ହୋସ୍ପେଟ୍‌ ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ସଡ଼କପଥରେ ବି ଏଠାକୁ ଯିବାର ବ୍ୟବସ୍ଥା ରହିଛି।

କେବେ ଯିବେ
ଏଠାରେ ମାର୍ଚ୍ଚରୁ ମେ ଗ୍ରୀଷ୍ମ, ଜୁନ୍‌ରୁ ଅଗଷ୍ଟ ବର୍ଷା ତଥା ନଭେମ୍ବରରୁ ଫେବୃୟାରୀ ଶୀତଋତୁ ଅନୁଭୂତ ହୋଇଥାଏ। ଖରାଦିନେ ଏଠାରେ ତାପମାତ୍ରା ପ୍ରାୟତଃ ୩୩ରୁ ୪୩ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହୁଥିବାବେଳେ ଶୀତିଦନେ ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ଅନ୍ୟପକ୍ଷେ ବର୍ଷାଦିନେ ବି ଏଠାରେ ଭଲ ବର୍ଷା ହୋଇଥାଏ। ତେବେ ଖରା ହେଉ କି ବର୍ଷା କିମ୍ବା ଶୀତ ଏଠାକୁ ବୁଲିଯିବା ପାଇଁ ସେମିତି କିଛି ଖାସ୍‌ ସମୟର ଆବଶ୍ୟକତା ନାହିଁ। ପର୍ଯ୍ୟଟକ ନିଜ ସୁବିଧା ଅନୁସାରେ ଯେତେବେଳେ ଚାହିଁବେ ସେତେବେଳେ ହୋସ୍ପେଟ୍‌କୁ ବୁଲିବାକୁ ଯାଇପାରିବେ। ହେଲେ ପ୍ରାୟତଃ ପର୍ଯ୍ୟଟକ ଶୀତଦିନେ ଏଠାକୁ ବୁଲିଯିବା ପାଇଁ ଅଧିକ ପସନ୍ଦ କରିଥାନ୍ତି।

କ’ଣ ଦେଖିବେ
ତୁଙ୍ଗଭଦ୍ରା ଡ୍ୟାମ୍‌: ସ୍ଥାନୀୟ ତୁଙ୍ଗଭଦ୍ରା ନଦୀ ଉପରେ ଗଢି ଉଠିଥିବା ଡ୍ୟାମ୍‌ଟି ତୁଙ୍ଗଭଦ୍ରା ଡ୍ୟାମ୍‌ ଭାବେ ବେଶ୍‌ ପ୍ରସିଦ୍ଧ। ୧୯୫୩ ମସିହାରୁ କାର୍ଯ୍ୟକାରୀ ହୋଇଥିବା ଏହି ଡ୍ୟାମ୍‌ଦ୍ୱାରା ବିଦ୍ୟୁତ୍‌ ଉତ୍ପାଦନ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଦେଖାଯାଉଥିବା ବନ୍ୟା ପରିସ୍ଥିତିକୁ ବି ସହଜରେ ରୋକି ହେଲା। ଏବେ ଏହା ସେଠାକାର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଗଣାଯାଉଛି। ଖାସ୍‌କରି ଏହି ଜଳାଶୟକୁ ଦେଶବିଦେଶରୁ ଆସୁଥିବା ବହୁ ଭ୍ରମଣପ୍ରିୟ ପକ୍ଷୀ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିପାରୁଛି।


ହାମ୍ପି: ହୋସ୍ପେଟ୍‌ଠାରୁ ମାତ୍ର ୧୨ କି.ମି ଦୂରରେ ଥିବା ହାମ୍ପି ମଧ୍ୟ ହେଉଛି କର୍ନାଟକର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ଏହା ୟୁନେସ୍କୋ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମଧ୍ୟ ପାଇଛି। କୁହାଯାଏ, ଏକଦା ହାମ୍ପିର ବିଜୟନଗର ସାମ୍ରାଜ୍ୟ ସହ ଘନିଷ୍ଠ ସମ୍ପର୍କ ଥିଲା। ତେଣୁ ଏବେ ବି ଏଠାରେ ଅନେକ ଐତିହାସିକ କିମ୍ବଦନ୍ତୀ ଦେଖିବାକୁ ମିଳିଥାଏ। ଖାସ୍‌ କରି ଏଠାରେ ଥିବା ବହୁ ପ୍ରାଚୀନ ମନ୍ଦିର, ମହଲ, ରାଜକୀୟ ମଣ୍ଡପ, ଜଳାଶୟ, ପୁରୁଣା ବଜାର ଇତ୍ୟାଦି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ।

କେବଳ ଏତିକି ନୁହେଁ ହୋସ୍ପେଟ୍‌ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ମଧ୍ୟ ରହିଛି, ଯାହା ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri