ମା’ ଝିଅଙ୍କୁ ମାଡ ମାରି, ଯୁବକ ଗିରଫ

ବୁଗୁଡ଼ା,୧୬ା୧୦(ଡି.ଏନ.ଏ.): ବୁଗୁଡ଼ା ଥାନା ବକ୍ସିପଲ୍ଲୀ ଗ୍ରାମରେ ଗୋଟିଏ ପରିବାରର ମା’ ଓ ୨ ଝିଅଙ୍କୁ ମାରପିଟ ଏବଂ ଟଣାଓଟରା କରିବା ଅଭିଯୋଗରେ ବୁଧବାର ବୁଗୁଡ଼ା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ଜଣକ ବକ୍ସିପଲ୍ଲୀ ଗ୍ରାମର ଶଙ୍କର ନାୟକ। ଏନେଇ ବୁଗୁଡ଼ା ଥାନାରେ କେଶ ନଂ.୨୨୪/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରକାଶ ଯେ, ବକ୍ସିପଲ୍ଲୀ ଗ୍ରାମରେ ମାସକ ତଳେ ପୂର୍ବ ଶତ୍ରୁତାରୁ ଶଙ୍କରଙ୍କ ମା’ଙ୍କୁ ତାଙ୍କ ପଡ଼ିଶା ଘରର ଅହଲ୍ୟା ନାୟକ ଗାଳିଗୁଲଜ କରିଥିଲେ। ତେବେ ଶଙ୍କର ଗ୍ରାମକୁ ଫେରିବା ପରେ ସୋମବାର ଏହାର ପ୍ରତିଶୋଧ ନେବା ପାଇଁ ଅହଲ୍ୟା ଓ ତାଙ୍କ ଦୁଇ ଝିଅଙ୍କୁ ମାରପିଟ କରିବା ସହ ଣାଓଟରା କରିଥିଲେ। ଏନେଇ ଅହଲ୍ୟା ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ କରି ଶଙ୍କରଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।