ମାସ୍କ ବାଣ୍ଟିଲେ ପୂର୍ବତନ ବିଧାୟକ

ସଜନାଗଡ଼, ୧।୪(ଡି.ଏନ.ଏ.)-ଧର୍ମଠାରୁ ବଡ଼ ମାନବ ସେବା। ନୀଳଗିରି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନିଜ ପେନସନ ଅର୍ଥରେ ୨ହଜାରରୁ ଊର୍ଦ୍ଧ୍ୱ ମାସ୍କ କିଣି ବଣ୍ଟନ କରିଛନ୍ତି। ମଙ୍ଗଳବାର ସେ ପ୍ରଥମେ ସାପ୍ତାହିକ ହାଟକୁ ଯାଇ ସେଠାକୁ ଆସୁଥିବା ସାଧାରଣ ଗରିବ ଲୋକ ଓ ଦୋକାନୀଙ୍କୁ ମାସ୍କ ଦେଇଥିଲେ। ଏହାପରେ ଷଡଙ୍ଗୀ ନୀଳଗିରି ମେଡ଼ିକାଲକୁ ଯାଇ ସେଠାରେ କାର୍ଯ୍ୟରତ କର୍ମଚାରୀ, ଚିକିତ୍ସାଧୀନ ରୋଗୀ ଓ ସେଠାରେ ଉପସ୍ଥିତ ଥିବା ପରିବାର ଲୋକଙ୍କୁ ମାସ୍କ ପ୍ରଦାନ କରିଥିଲେ। ଏହାସହ ନୀଳଗିରି ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ମାସ୍କ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୀଳଗିରି ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ପଣ୍ଡା, ବରୁଣ କର, ଦେବାନନ୍ଦ ଦାସ, ରଘୁନାଥ ସିଂ, କିଶୋର ଦାସଙ୍କ ସମେତ ହାଇଟେକ୍‌ ମେଡ଼ିକାଲ କଲେଜର ଶେଷବର୍ଷର ଛାତ୍ର ବ୍ରହ୍ମପ୍ରସାଦ ଷଡ଼ଙ୍ଗୀ ଓ ସସ୍ମିତ ରଞ୍ଜନ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।