ମାସ୍କ ତିଆରି କରି ବାଣ୍ଟୁୁଛନ୍ତି ଭାଜପା ନେତ୍ରୀ

ବାରିପଦା ଅଫିସ, ୧୫ା୪- କରୋନା ମହାମାରୀକୁ ଦୂରେଇବା ପାଇଁ ସାରା ରାଜ୍ୟରେ ମାସ୍କ ପିନ୍ଧିବା ନିୟମ କରାଯାଇଛି। ମାସ୍କ ବଦଳରେ ରୁମାଲ ଆଦି ମଧ୍ୟ ମୁହଁରେ ପିନ୍ଧା ଯାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ମୟୂରଭଞ୍ଜ (ପୂର୍ବ) ଜିଲା ଭାଜପା ଯୁବମୋର୍ଚ୍ଚାର ଉପସଭାନେତ୍ରୀ ପାୟେଲ ରାୟଙ୍କ ନେତୃତ୍ୱରେ ଗତ ଏକ ସପ୍ତାହ ହେଲା ମାସ୍କ ତିଆରି କରାଯାଇ ଲୋକଙ୍କୁ ବଣ୍ଟନ କରାଯାଉଛି। ପାୟେଲ ଓ ତାଙ୍କର କିଛି ସହଯୋଗୀ ମାନସ ତ୍ରିପାଠୀ, ସୁସ୍ମିତା ପୃଷ୍ଟି, ସୁମି ଦାସ, ଲିଲିମା ସାହୁ, ମହମଦ ଇସଲାମ, ସାମସୁଦ୍ଦିନ ପ୍ରମୁଖ ଘରେ ମାସ୍କ ପ୍ରସ୍ତୁତ କରୁଥିବା ବେଳେ ପରେ ଏହାକୁ ବିଭିନ୍ନ ସ୍ଥାନରେ ବଣ୍ଟନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ଶତାଧିକ ମାସ୍କ ବଣ୍ଟନ କରି ସାରିଥିବା ବେଳେ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ପାୟେଲ ପ୍ରକାଶ କରିଛନ୍ତି। ଭାଜପାର ପୂର୍ବତନ ଜିଲା ସଭାପତି ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲା ସଭାପତି କାନ୍ଦ୍ରା ସୋରେନ, ଏମ୍‌ପି ବିଶେଶ୍ୱର ଟୁଡ଼ୁ, ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ପ୍ରମୁଖ ପାୟେଲଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।