Categories: ଜାତୀୟ

ମାସୁଦ୍‌ ଆଝାର୍‌ ପୁଣି ସକ୍ରିୟ: ଭାରତରେ ଅନୁପ୍ରବେଶ ପାଇଁ ୫୦ ଜୈଶ୍‌ ଆତଙ୍କବାଦୀ ବାଲାକୋଟରେ ନେଉଛନ୍ତି ପ୍ରଶିକ୍ଷଣ

ଶ୍ରୀନଗର,୧୪।୧୧: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଆଝାର୍‌ ପୁଣି ସକ୍ରିୟ ହୋଇଥିବା କୁହାଯାଉଛି। ମାସୁଦ୍‌ଙ୍କ ନିର୍ଦ୍ଦେଶରେ ଜୈଶ୍‌ ଆତଙ୍କବାଦୀ ଓସାମା ୟୁସୁଫ୍‌ ଭାରତରେ ଅନୁପ୍ରବେଶ ପାଇଁ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସୂଚିତ ହୋଇଛି। ଏହା ସହିତ ଜମ୍ମୁ-କଶ୍ମୀରରେ ଆକ୍ରମଣ କରିବା ପାଇଁ ୫୦ରୁ ଅଧିକ ଜୈଶ୍‌ ଆତଙ୍କବାଦୀଙ୍କୁ ବାଲାକୋଟରେ ତାଲିମ୍‌ ଦିଆଯାଉଛି। ସୂଚନାଯୋଗ୍ୟ, ମାସୁଦ୍‌ଙ୍କ ନିର୍ଦ୍ଦେଶରେ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିଥିବା ବହୁ ଆତଙ୍କବାଦୀ ଭାରତୀୟ ସେନାଙ୍କ ଅପରେଶନ୍‌ ଅଲ୍‌ଆଉଟ୍‌ରେ ନିହତ ହୋଇଛନ୍ତି। ମାସୁଦ୍‌ଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବା ପୂର୍ବରୁ କୁହାଯାଉଥିଲା। ତେବେ ସେ ସୁସ୍ଥ ହୋଇ ପୁଣି ଭାରତରେ ଆକ୍ରମଣ ଯୋଜନା କରୁଥିବା ଗୋଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି।

Share