ମାଷ୍ଟରମାଇଣ୍ଡ ଗିରଫ, ଅଳଙ୍କାର, ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୨୨ା୭-ସଦର ଥାନା ପୋଲିସ ଫେରାର ଥିବା ଜଣେ ଅଭିଯୁକ୍ତ ତଥା ସିରିଜ ଚୋରି ଘଟଣାର ମାଷ୍ଟରମାଇଣ୍ଡ ରାମ ବେଲମା (୧୯)ଙ୍କୁ ଶନିବାର ଗିରଫ କରିଛି। ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ ହୋଇଛି। ଏକ ସ୍କୁଟି (ନଂ ଓଡି୦୭ଭି୨୩୨୯), ୨୫ ହଜାର ଟଙ୍କା, ସୁନା ମୁଦି ୩ଟା, ସୁନା କାନଫୁଲ ୨, ସୁନା କାନଝରା ୨, ରୁପା ମୁଦି ୩, ରୁପା ଗିନା ଗୋଟିଏ, ରୁପା ମୁଦ୍ରା ୩ଟି ଜବତ କରାଯାଇଛି। ମାମଲା ନଂ. ୧୪୬/୧୯ରେ ଅଭିଯୁକ୍ତ ରାମଙ୍କୁ ଶନିବାର ରାତିରେ କୋର୍ଟ ଚାଲାଣ କରାଯାଇଛି ବୋଲି ସଦର ଏସ୍‌ଡ଼ିପିଓ ଜୟନ୍ତ ମହାପାତ୍ର ରବିବାର ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଜୁନ ୯ ତାରିଖରେ ଲୋଚାପଡା ଅଞ୍ଚଳରେ ରହୁଥିବା ଡାକ୍ତର ଭବାନୀ ଶଙ୍କର ଶତପଥୀଙ୍କ ତାଲାବନ୍ଦ ଘରେ ଚୋର ପଶିଥିଲେ ା ଡାକ୍ତରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିଥିଲା। ସିସି ଟିଭି ଫୁଟେଜ ଯାଞ୍ଚ ବେଳେ ଏହି ଚୋରି ଘଟଣାରେ ୩ ଜଣ ସାମିଲ ଥିବା ଜଣାପଡିଥିଲା। କିଛି ଦିନ ତଳେ ବଡ଼ବଜାର ପୋଲିସ ଏକ ଚୋରି ଘଟଣାରେ ଜଣେ ନାବାଳକଙ୍କୁ ଧରି ଜୁଭେନାଇଲ ଜଷ୍ଟିସ ବୋର୍ଡ଼କୁ (ଜେଜେବି) ପଠାଇଥିଲା। ସେହିପରି ଅନ୍ୟ ଏକ ଚୋରି ଘଟଣାରେ ସଦର ଥାନା ପୋଲିସ ସନ୍ତୋଷ ଦାସ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ରାମଙ୍କୁ ପୋଲିସ କାବୁ କରି ଜେରା ବେଳେ ଉପରୋକ୍ତ ୨ ଜଣ ଅଭିଯୁକ୍ତ ଡାକ୍ତରଙ୍କ ଘରେ ହୋଇଥିବା ଚୋରି ଘଟଣାରେ ସାମିଲ ଥିବା ପୋଲିସକୁ କହିଥିଲେ। ପୋଲିସ ଏବେ ସେମାନଙ୍କ ନାମରେ କୋର୍ଟରେ ରିମାଣ୍ଡ ରିପୋର୍ଟ ଦାଖଲ କରିବ ବୋଲି କହିଛି। ରାମଙ୍କ ନଁା ବଡବଜାର ଥାନା, ଟାଉନ ଥାନା ଓ ବୈଦ୍ୟନାଥପୁର ଥାନା ଇଲାକାରେ ହୋଇଥିବା ପୃଥକ ପୃଥକ ଚୋରି ଘଟଣାରେ ସମ୍ପୃକ୍ତି ଥିବା ଏସ୍‌ଡ଼ିପିଓ ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

କାଶ୍ମୀର ଓ ଉତ୍ତରାଖଣ୍ଡକୁ ପଛରେ ପକାଇଲେ ଓଡ଼ିଆ ପୁଅ ଶିବପ୍ରସାଦ, ଓଡ଼ିଶା ପାଇଁ ଆଣିଲେ ସୁନାମ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲlଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲଡ଼ ମେଡାଲ ଜିତି…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?