ମାଲିକଙ୍କ ଜୀବନ ବଞ୍ଚାଇଲା କୁକୁର: ସାପକୁ ମାରି ମଲା

ଗୋପାଳପୁର,୨୦ା୧୨- ନିଜ ଜୀବନକୁ ବଳି ଦେଇ ମାଲିକଙ୍କୁ ବଞ୍ଚାଇଛି ପୋଷା କୁକୁର। ଏଭଳି ଘଟଣା ଘଟିଛି ଗଂଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଢା ପଞ୍ଚମା ରୋଡରେ। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏକ ନାଗସାପ ପଞ୍ଚମା ରୋଡ୍‌ରେ ଥିବା ସନ୍ଦୀପ ମୋବାଇଲ ଦୋକାନ ଭିତରକୁ ପଶିବାକୁ ଚେଷ୍ଟା କରିଥିଲା। ଦୋକାନ ସମ୍ମୁଖରେ ଥିବା ପୋଷା କୁକୁରଟି ସଙ୍ଗେ ସଙ୍ଗେ ସାପକୁ ଆକ୍ରମଣ କରିଥିଲା। ଦୀର୍ଘ ଏକଘଣ୍ଟା କାଳ ଚାଲିଲା ସାପ ଏବଂ କୁକୁର ମଧ୍ୟରେ ଲଢ଼େଇ। ସାପଟିକୁ ଖଣ୍ଡିଆଖାବରା କରି ଘଟଣାସ୍ଥଳରେ କୁକୁରଟି ମାରି ଦେଇଥିବାବେଳେ ଶେଷରେ ସାପ ଦଂଶନରେ ଜୀବନ ହାରିଥିଲା।