ମାଲକାନଗିରିରେ କଂଗ୍ରେସର ମାଲା ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ତୃତୀୟ ରାଉଣ୍ଡରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ଥିବାବେଳେ ଚତୁର୍ଥ ରାଉଣ୍ଡରେ ଆଗେଇଛନ୍ତି କଂଗ୍ରେସର ମାଲା ମାଢ଼ି। ୩ୟ ରାଉଣ୍ଡରେ ଭାଜପାକୁ ୪୧୩୬, ବିଜେଡିର ମୁକୁନ୍ଦ ସୋଢ଼ିଙ୍କୁ ୩୧୨୩ ଓ କଂଗ୍ରେସର ମାଲା ମାଢ଼ିଙ୍କୁ ୨୮୬୪ ଭୋଟ୍‌ ମିଳିଛି। ସେହିପରି ୪ର୍ଥ ରାଉଣ୍ଡରେ ବିଜେଡିକୁ ୩୯୦୩, ଭାଜପାକୁ ୪୪୮୪ ଓ କଂଗ୍ରେସକୁ ୪୬୯୮ ଭୋଟ୍‌ ମିଳିଛି।