ମାର୍ଥାପୁରରେ ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣା: ଏସଡିପିଓ, ତହସିଲଦାରଙ୍କ ଯୁଗ୍ମ ତଦନ୍ତ ,୬ ଲକ୍ଷ ଟଙ୍କା କ୍ଷତିପୁରଣ ସୁପାରିଶ

ଯାଜପୁର ଅଫିସ,୨୦।୮- ଯାଜପୁରରୋଡ ଥାନା ମାର୍ଥାପୁର ଗ୍ରାମରେ ଏକ ଦଳିତ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ ଓ ଘରପୋଡି ଅଭିଯୋଗ ଘଟଣା ଏବେ ଭିନ୍ନ ମୋଡ ନେଇଛି। ଯାଜପୁରରୋଡ ଥାନାରେ ୧୪୭/ ୧୪୮/ ୩୨୩/ ୨୯୪/ ୩୨୪/ ୩୫୪/ ୧୪୯, ଆଇପିସି ଏବଂ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ(ଆଟ୍ରୋସିଟି ଆକ୍ଟ) ଉପରେ ଏକ ଯୁଗ୍ମ ତଦନ୍ତ କରି ସରକାରଙ୍କୁ କ୍ଷତିପୂରଣ ଦେବାକୁ ସୁପାରିଶ କରାଯାଇଛି ା ଏହି ଘଟଣା ଉପରେ ଦାନଗଦି ତହସିଲଦାର ବୁଲବୁଲ ବେହେରା ଓ ଯାଜପୁରରୋଡ ଏସଡିପିଓ କେଦାରନାଥ ସାହୁ ୩୦ା୪ା୨୦୧୯ରେ ଯୁଗ୍ମ ତଦନ୍ତ କରିଥିଲେ ା ତଦନ୍ତ ସମୟରେ ମାର୍ଥାପୁର ଗ୍ରାମର ମାନସକୁମାର ସେଠୀ, ହରିହର ସେଠୀ ଓ ହେମଲତା ସେଠୀଙ୍କ ଉପରେ ଆକ୍ରମଣ କରାଯାଇ ଅତ୍ୟାଚାର ହୋଇଥିଲା। ସେମାନଙ୍କୁ ନିର୍ଦ୍ଦିଷ୍ଟ ଜାତିର ଆଖ୍ୟା ଦେଇ ଗାଳିଗୁଲଜ କରିବା ସହିତ ତାଙ୍କ ଘର ପୋଡି ଦିଆଯାଇଥିଲା। ଏହି ଘଟଣାରେ ସେହି ଗ୍ରାମର ୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ୧୭ା୫ା୨୦୧୯ରେ ଜିଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଛି ା ରିପୋର୍ଟରେ ଆଟ୍ରୋସିଟିର ଶିକାର ହୋଇଥିବା ୩ଜଣଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୬ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସୁପାରିଶ ହୋଇଛି। ଏଫ୍‌ଆଇଆର ସ୍ଥିତି ସମୟରେ ୧ଲକ୍ଷ ଟଙ୍କା, ଚାର୍ଜସିଟ ଦାଖଲ ପରେ ୫୦ ହଜାର ଓ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେବା ପରେ ୫୦ହଜାର ଟଙ୍କା ଲେଖାଏ ପାଇବେ ବୋଲି ରିପୋର୍ଟରେ ସୁପାରିଶ କରାଯାଇଛି। ଆଇନ ଅନୁସାରେ ଏଟ୍ରୋସିଟି ଆକ୍ଟରେ ଶିକାର ହୋଇଥିବା ବ୍ୟକ୍ତି ଏହି କ୍ଷତିପୁରଣ ପାଇବେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ, ୧୬ା୬ା୨୦୧୮ରେ ଯାଜପୁର ଜିଲା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ମାର୍ଥାପୁର ଗ୍ରାମରେ ଏକ ଦଳିତ ପରିବାରର ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ଗୁରୁତର ଆହତ ହୋଇଥିବାବେଳେ ଜଣେ ନାବାଳିକାଙ୍କୁ ମଧ୍ୟ ମାଡ଼ ମାରି ଟଣାଓଟଣା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୯ଜଣଙ୍କୁ ଅଭିଯୁକ୍ତ କରାଯାଇଥିବାବେଳେ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ବାକି ୮ଜଣ ଅଭିଯୁକ୍ତ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ମଞ୍ଜୁର ହୋଇ ନ ଥିଲା। ଏହାପରେ ଉପଯୁକ୍ତ ତଦନ୍ତ ହେଉ ନ ଥିବା ଦର୍ଶାଇ ଅଭିଯୋଗକାରୀମାନେ ତଦନ୍ତକାରୀ ଅଧିକାରୀ ଏସ୍‌ଡିପିଓଙ୍କ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା ଉପରେ ସ୍ବତନ୍ତ୍ର କୋର୍ଟରେ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri