ମାର୍ଚ୍ଚ ୩୧ ଯାଏ କଟକଣା: କଏଦୀଙ୍କୁ ଭେଟିପାରିବେନି ସମ୍ପର୍କୀୟ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ ବାରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ କଏଦୀଙ୍କୁ ସମ୍ପର୍କୀୟ ଭେଟିବାକୁ ନେଇ କଟକଣା ଜାରି କରାଯାଇଛି। ଭୁବନେଶ୍ୱର ଝାରପଡ଼ା ଜେଲରେ କଏଦୀଙ୍କ ପାଇଁ କରୋନା ସତର୍କତା ଅବଲମ୍ବନ କରାଯାଇଛି। କଏଦୀଙ୍କୁ ସମ୍ପର୍କୀୟମାନେ ନ ଭେଟି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦେଇପାରିବେ। ଯେପରିକି ସେମାନେ ମାସ୍କ, ସାନିଟାଇଜର, ଟଙ୍କା ଦେଇପାରିବେ ବୋଲି ଜଣାପଡ଼ିଛି। ଏହି କଟକଣା ମାର୍ଚ୍ଚ ୩୧ ଯାଏ ଲାଗି ଥିବା ଜଣାପଡ଼ିଛି।