ମାନ୍ଦାବସ୍ଥା ଯୋଗୁ ଧିମା ହୋଇଛି ନିଯୁକ୍ତି

ନୂଆଦିଲ୍ଲୀ,୨୦ -୮: ଭାରତରେ ଗତବର୍ଷ ବେକାରି ହାର ୪୫ ବର୍ଷରେ ସବୁଠାରୁ ଖରାପ ରହିଛି। ଏହି ସମୟରେ ପ୍ରାୟ ସବୁ ସେକ୍ଟରରେ ନିଯୁକ୍ତି ଅତ୍ୟନ୍ତ ଧିମା ରହିଛି। ମାନ୍ଦାବସ୍ଥା ଯୋଗୁ ନିଯୁକ୍ତି ପ୍ରଦାନ ପ୍ରକ୍ରିୟା ଧୀରେ ଧୀରେ କମିବାରେ ଲାଗିଛି। କେୟାର ରେଟିଙ୍ଗ୍‌ସ ଲିମିଟେଡ ପକ୍ଷରୁ ଏକ ଷ୍ଟଡିରୁ ଜଣାପଡିଛି ଯେ, ବ୍ୟାଙ୍କ, ବୀମା କମ୍ପାନୀ, ଅଟୋ ନିର୍ମାତା, ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ନିଯୁକ୍ତି ସବୁଠାରୁ କମ୍‌ ରହିଛି। ଚଳିତ ବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ୧୦୦୦ କମ୍ପାନୀଙ୍କ ରିପୋର୍ଟ ତର୍ଜମା ପରେ ଉକ୍ତ ଷ୍ଟଡି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଅନ୍ୟପକ୍ଷରେ ବ୍ଲୁମ୍‌ବର୍ଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ସର୍ଭିସ ସେକ୍ଟର ଏଭଳି ଏକ ସ୍ଥାନ ଯେଉଁଠି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ମାର୍ଚ୍ଚ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି। ନିଯୁକ୍ତି ସୁଯୋଗ ହ୍ରାସ ପାଇବାରୁ ଏହା ସ୍ପଷ୍ଟ ହେଉଛି ଯେ, ଦେଶ ଆର୍ଥିକ ସଙ୍କଟ ଭିତର ଦେଇ ଗତିକରୁଛି। ଅନ୍ୟପକ୍ଷରେ ଭାରତକୁ ଆକର୍ଷଣୀୟ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସକୁ ଏହା ଝଟକା ଦେଇପାରେ। ଏହାବ୍ୟତୀତ ନିଯୁକ୍ତି ସଙ୍କଟ ଅଧିକ ଗଭୀର ହେବା ଦ୍ୱାରା ସାମାଜିକ ତଥା ରାଜନୈତିକ ଉତ୍ତେଜନା ବୃଦ୍ଧିି ହୋଇପାରେ। କେୟାର ରେଟିଙ୍ଗସ ମୁତାବକ, ମାର୍ଚ୍ଚ ୨୦୧୭ରେ ନିଯୁକ୍ତି ବୃଦ୍ଧି ୫୪ ଲକ୍ଷ ଥିଲା, ଯାହା ମାର୍ଚ୍ଚ, ୨୦୧୮ରେ ୫୭ ଲକ୍ଷ ପାଖାପାଖି ପହଞ୍ଚତ୍ୟାଇଥିଲା। ଏହା ୬.୨ ପ୍ରତିଶତ ଅଭିବୃଦ୍ଧି ଥିଲା। ଚଳିତବର୍ଷ ମାର୍ଚ୍ଚରେ ଏହି ସଂଖ୍ୟା ୬୦ ଲକ୍ଷ ହୋଇଛି, ଯାହାର ଅଭିବୃଦ୍ଧି ମାତ୍ର ୪.୩% ରହିଛି। କେୟାର ରେଟିଙ୍ଗ୍‌ସ ଅନୁଯାୟୀ ହସ୍ପିଟାଲିଟି ସେକ୍ଟର ଅର୍ଥାତ ସର୍ଭିସ ସେକ୍ଟରରେ ନିଯୁକ୍ତି ଏବଂ ଆଉଟସୋର୍ସିଂ ବଢ଼ିଛି। କିନ୍ତୁ


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri