୨୦୨୦ରେ ମାଡି ଆସୁଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୦-୮: ଆସନ୍ତା ଏକ ବର୍ଷ ମଧ୍ୟରେ ୮ବର୍ଷରେ ସବୁଠାରୁ ଭୟଙ୍କର ମାନ୍ଦାବସ୍ଥା ମାଡିଆସୁଛି। ଏକ ତୃତୀୟାଂଶ ଗ୍ଲୋବାଲ ଫଣ୍ଡ ମ୍ୟାନେଜର ଏ ସମ୍ପର୍କରେ ଅନୁମାନ ଦର୍ଶାଇଛନ୍ତି। ବ୍ୟାଙ୍କ ଅଫ୍‌ ମେରିଲ ଲିଞ୍ଚର ସର୍ଭେ ରିପୋର୍ଟ ମୁତାବକ ୨୦୨୦ରେ ବିଶ୍ୱରେ ସବୁଠାରୁ ବଡ଼ ମାନ୍ଦାବସ୍ଥା ଦେଖିବାକୁ ମିଳିବ। ଏହି ମାନ୍ଦାବସ୍ଥା ଆମେରିକାରେ ପ୍ରଥମେ ଦେଖାଦେବ ବୋଲି ରିପୋର୍ଟରେ କୁହାଯାଇଛି। ସର୍ଭେରେ ସାମିଲ ୩୪ ପ୍ରତିଶତ ଫଣ୍ଡ ମ୍ୟାନେଜରଙ୍କ ମତକୁ ନେଇ ଏହି ଭବିଷ୍ୟବାଣୀ କରାଯାଇଛି। ଏହା ୨୦୧୧ ଅକ୍ଟୋବର ପରେ ସବୁଠାରୁ ଖରାପ ସମୟ ହେବ। ଅଗଷ୍ଟ ୨ରୁ ୮ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ବିଶ୍ୱରେ ୫୫୩ ବିଲିୟନ ଡଲାର ଫଣ୍ଡ ମ୍ୟାନେଜମେଣ୍ଟ କରୁଥିବା ମୋଟ ୨୨୪ ଶୀର୍ଷ ଫଣ୍ଡ ମ୍ୟାନେଜର ଏଥିରେ ସାମିଲ ହୋଇଥିଲେ। ଅଧାରୁ ଅଧିକ ମ୍ୟାନେଜରଙ୍କ କହିବାନୁଯାୟୀ କର୍ପୋରେଟ ଗ୍ରୁପ୍‌ ଅତ୍ୟନ୍ତ ଚାପ ମଧ୍ୟରେ ରହିଛନ୍ତି। ବାଲାନ୍ସ ସିଟ୍‌ ସୁଧାରିବା ଲାଗି ସେମାନଙ୍କୁ ପଦକ୍ଷେପ ନେବାକୁ ହେବ। କର୍ପୋରେଟ ଜଗତ ନିଜର ବାଲାନ୍ସ ସିଟ୍‌ ସୁଧାରିବା ପାଇଁ ବାଏବ୍ୟାକ୍‌ ଏବଂ ଅନ୍ୟ ବିକଳ୍ପ ଉପରେ କାମ ନ କରି ବରଂ ନଗଦ ବ୍ୟବହାର କରିବା ଉଚିତ। ବାଣିଜ୍ୟ ଯୁଦ୍ଧ ଆଗାମୀ ଦିନରେ ମାନ୍ଦାବସ୍ଥାର ଆଉ ଏକ କାରଣ ହୋଇପାରେ ବୋଲି ଫଣ୍ଡ ମ୍ୟାନେଜର ମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri