ମାନିଲେ ପାକିସ୍ତାନର ଆଇସିଜେ ଓକିଲ: କଶ୍ମୀରରେ ନରସଂହାର ଅଭିଯୋଗର ପ୍ରମାଣ ନାହିଁ

ଇସ୍‌ଲାମାବାଦ,୪ା୯: ପ୍ରମାଣ ଅଭାବରୁ କଶ୍ମୀରରେ ନରସଂହାର ଅଭିଯୋଗର ପ୍ରମାଣ କରିବା ଅତ୍ୟନ୍ତ କଷ୍ଟକର ବୋଲି ପାକିସ୍ତାନର ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ଓକିଲ ଖଓ୍ବର କୁରେଶି ସ୍ବୀକାର କରିଛନ୍ତି। ଫଳରେ କଶ୍ମୀର ପ୍ରସଙ୍ଗକୁ ନେଇ ଆଇସିଜେ ଯିବାକୁ ଧମକ ଦେଉଥିବା ଇସ୍‌ଲାମାବାଦକୁ ଶକ୍ତ ଧକ୍କା ଲାଗିଛି। ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ୧୯୪୮ର ନରସଂହାର ଚୁକ୍ତିନାମାରେ ଉଭୟ ଦକ୍ଷିଣ ଏସୀୟ ରାଷ୍ଟ୍ର ସ୍ବାକ୍ଷରକାରୀ ହୋଇଥିବାରୁ ପାକିସ୍ତାନ ଏହି ପ୍ରସଙ୍ଗକୁ ଆଇସିଜେରେ ଉପସ୍ଥାପନ କରିପାରିବ ବୋଲି କୁରେଶି କହିଛନ୍ତି। ତେବେ ଜମ୍ମୁ-କଶ୍ମୀରରେ ହେଉଥିବା ନରସଂହାର ସମ୍ପର୍କରେ ଇସ୍‌ଲାମାବାଦ ପାଖରେ କୌଣସି ପ୍ରମାଣ ନ ଥିବାରୁ ଏହାକୁ ପ୍ରମାଣ କରିବା ପାକିସ୍ତାନ ପକ୍ଷେ ସହଜ ନୁହେଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଭାରତର ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି। ଅଧିକାଂଶ ରାଷ୍ଟ୍ର ଏହାକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିସାରିଛନ୍ତି। ଅନ୍ୟପକ୍ଷରେ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ସମର୍ଥନ ତ ଯୋଗାଡ଼ କରିପାରିନାହିଁ ବରଂ ଏକପ୍ରକାର ଏକଘରିକିଆ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?