ମାନସିକ ରୋଗ ଓ ଆମ ଦାୟିତ୍ୱ

ସୁଜାତା ପରିଡ଼ା
ଆଖିରେ ଆଖିଏ ସ୍ବପ୍ନ ଓ ମା’ ବାପାଙ୍କ ଆଶାକୁ ନେଇ ଆମ ରାଜ୍ୟ ଓଡ଼ିଶାର ବଲାଙ୍ଗୀରଠାରେ ଥିବା ସରକାରୀ ପଲିଟେକ୍‌ନିକ କଲେଜରେ ପାଠ ପଢୁଥିଲେ ଭଦ୍ରକର ୨୦ବର୍ଷ ବୟସର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ର ଚନ୍ଦ୍ରଶେଖର ବେହେରା। ୨୦୧୮ ସେପ୍ଟେମ୍ବର ୪ରେ ରହୁଥିବା ଭଡ଼ାଘରେ ସେ ମାନସିକ ବିଷାଦରେ ଭାରସାମ୍ୟ ହରାଇ ଅତ୍ମହତ୍ୟା କଲେ। ମୁହୂର୍ତ୍ତକରେ ସବୁ ଆଶା ଆଉ ସ୍ବପ୍ନକୁ ପଛରେ ପକେଇ ଅକାଳରେ ଝଡ଼ିପଡ଼ିଲା ଦେଶର ଏକ ଭବିଷ୍ୟତ। ପ୍ରତିବର୍ଷ ଶହ ଶହ ଲୋକ ପାରିବାରିକ ସମସ୍ୟା, ବୈବାହିକ ଜୀବନରେ ସମସ୍ୟା, ସ୍କୁଲ କଲେଜରେ ପାଠପଢ଼ାର ଚାପ, ବେରୋଜଗାର, ଶାରୀରିକ ଓ ମାନସିକ ରୋଗ, କର୍ମସ୍ଥଳୀରେ କାମର ଅତିରିକ୍ତ ବୋଝ ପରି ବିଭିନ୍ନ କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି। ବିଶେଷ କରି ଆଜିର ଯୁବପିଢି ବହୁ ମାତ୍ରାରେ ମାନସିକ ଚାପର ବଶବର୍ତ୍ତୀ ହୋଇ ନିଶାଦ୍ରବ୍ୟ ସେବନ ଭଳି କୁଅଭ୍ୟାସକୁ ଆପଣେଇ ନେଉଛନ୍ତି ଓ କାଳକ୍ରମେ ଏହାର କୁପ୍ରଭାବ ସେମାନଙ୍କ ଶରୀର ଓ ମନ ଉପରେ ପଡୁଛି। ଯଦି ଏପରି ଚାପ ଓ ପାରିପାର୍ଶ୍ୱିକ ପରିସ୍ଥିତିରେ ବ୍ୟକ୍ତିର ସ୍ବାଭାବିକ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଦେଖାଦିଏ ଓ ଦୀର୍ଘଦିନ ଧରି ମନ ଭିତରେ ଭୟ, ଚିନ୍ତା, ନିରାଶା, ଦୁଃଖ, ବିଷାଦ ଆଦି ଲାଗିରହେ, ସେ ମାନସିକ ରୋଗରେ ପୀଡ଼ିତ ବୋଲି କୁହାଯିବ।
ମାନସିକ ଭାବେ ଅସୁସ୍ଥ ଲୋକମାନଙ୍କର ଖାଇବା, ପିଇବା, ଶୋଇବା ଓ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖାଯାଏ ଏବଂ ସେମାନେ ସାଧାରଣ ଲୋକଙ୍କଠାରୁ ଭିନ୍ନ ଆଚରଣ ପ୍ରଦର୍ଶନ କରିଥାନ୍ତି। ସେମାନଙ୍କଠାରେ ଭଲମନ୍ଦ ବିଚାର କରିବା ଶକ୍ତି କମିଯାଇଥାଏ। ପରିବାରଠାରୁ ଆରମ୍ଭକରି ସମାଜର ପ୍ରତି ସ୍ତରର ଲୋକ ସେମାନଙ୍କୁ ଭିନ୍ନ ତଥା ନିମ୍ନ ଦୃଷ୍ଟିରେ ଦେଖନ୍ତି ଓ ପ୍ରାୟ ସେମାନଙ୍କ ସହ ମିଳାମିଶା କରନ୍ତି ନାହିଁ। ପାଗଳ ଭାବି ତାଙ୍କଠାରୁ ଦୂରେଇ ରୁହନ୍ତି।
ଆମ ଗାଲକୁ ପିମ୍ପୁଡ଼ିଟେ କାମୁଡ଼ିଦେଲେ ହାତ ଆପେ ଆପେ ପହଞ୍ଚିଯାଉଛି ଗାଲ ପାଖରେ ପିମ୍ପୁଡ଼ିକୁ କାଢ଼ିବାକୁ। ଯଦି ତାକୁ ନ କାଢ଼ିବା ସେ ଆମ ହାତ ସମେତ ଶରୀରର ଅନ୍ୟ ଅଙ୍ଗକୁ କାମୁଡ଼ିବ ଓ ଯନ୍ତ୍ରଣା ବଢ଼ିଯିବ ପଛେ କମିବନି। ସେହିପରି ଶରୀର ସଦୃଶ ଆମ ସମାଜରେ ମାନସିକ ଅବସାଦରେ ପୀଡ଼ିତ ବ୍ୟକ୍ତି ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ, ସମାଜ ସମେତ ସେହି ଅଙ୍ଗକୁ ସୁସ୍ଥ ଓ ନୀରୋଗ ରଖିବା ପାଇଁ ଆମେ ସାହାଯ୍ୟ ଓ ସହଯୋଗର ହାତ ବଢ଼େଇବା ନିତାନ୍ତ ଜରୁରୀ।
ଆମେ ଜାଣିଛେ ଶାରୀରିକ ବା ମାନସିକ ଭାବେ ସବୁ ପିଲା ସମାନ ନୁହନ୍ତି। ତେଣୁ ଆମ ପରିବାର ହେଉ କି ଶିକ୍ଷାନୁଷ୍ଠାନ ସବୁଠାରେ ମାତାପିତା ଓ ଅନ୍ୟ ସଦସ୍ୟ, ଶିକ୍ଷୟିତ୍ରୀ ଶିକ୍ଷକ ପିଲାଙ୍କ ଉପରେ ନିଜର ଇଚ୍ଛା ଓ ପାଠର ବୋଝକୁ ଲଦି ନ ଦେଇ, ତାଙ୍କ ନିକଟତର ହୋଇ ସେମାନଙ୍କର ଯାହାସବୁ ସମସ୍ୟା ଅଛି ସ୍ନେହର ସହିତ ସେସବୁ ପଚାରି ବୁଝି ଉପଯୁକ୍ତ ପରାମର୍ଶ ଦେବା ଉଚିତ। ତା’ଦ୍ୱାରା ସେମାନେ ଚାପମୁକ୍ତ ରହି ଭଲ ପାଠ ପଢ଼ିପାରିବେ ଓ ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ବାଛିପାରିବେ। କର୍ମକ୍ଷେତ୍ରରେ ଆବଶ୍ୟକତାଠାରୁ ଅଧିକ କାର୍ଯ୍ୟଭାର ଲଦି ନ ଦେଇ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା, ସେମାନଙ୍କର ଆବଶ୍ୟକ ଥିବା ଛୁଟି ମଞ୍ଜୁର କରିବା ଓ ସେମାନଙ୍କ ସହ ମିଳିମିଶି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କାମ କରିବା ଦ୍ୱାରା ସେମାନେ ସୁସ୍ଥ ମନରେ ସବୁ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥାନ୍ତି। ନିଶାଦ୍ରବ୍ୟ ସେବନରେ ଅଭ୍ୟସ୍ତ ବ୍ୟକ୍ତିକୁ ସେଥିରୁ ନିବୃତ୍ତ କରାଇବା ପାଇଁ ଆମେ ସବୁପ୍ରକାର ଚେଷ୍ଟା କରିବା।
ମାନସିକ ରୋଗରେ ଆକ୍ରାନ୍ତ କେତେକ ଲୋକ ନିଜ ଘର ଠିକଣା ଭୁଲି ବାହାରେ ବୁଲୁଥାନ୍ତି। କେତେକ ସ୍ଥଳରେ ସେମାନଙ୍କ ପରିବାର ଲୋକ ଖୋଜି ପାଆନ୍ତି ନାହିଁ ଓ କେତେକ କ୍ଷେତ୍ରରେ ଜାଣିଶୁଣି ଅବହେଳା କରି ଘରକୁ ଫେରେଇ ଆଣନ୍ତିନି। ଏପରି ବାହାରେ ବୁଲୁଥିବା ରୋଗୀ ଆମ ନଜରକୁ ଆସିଲେ, ପ୍ରଥମେ ଆମେ ତାଙ୍କୁ ନିକଟସ୍ଥ ମାନସିକ ଚିକିତ୍ସାଳୟକୁ ନେଇ ଉପଯୁକ୍ତ ଚିକିତ୍ସା କରାଇ ତା’ ପରିବାର ଲୋକଙ୍କୁ ସୂଚନା ଦେବା ଓ ପୁନଃ ଥଇଥାନ କରାଇବା। ଦରକାର ପଡ଼ିଲେ ଆଇନଗତ ସୁରକ୍ଷା ଯୋଗାଇଦେବାର ବ୍ୟବସ୍ଥା ମଧ୍ୟ କରାଇବା ଉଚିତ। ମାନସିକ ରୋଗୀ ପରିବାରର ଦାୟିତ୍ୱ ହେଉଛି ତା’ପ୍ରତି ଯତ୍ନଶୀଳ ହୋଇ କୌଣସି ମାନସିକ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ବା ମାନସିକ ଚିକିତ୍ସାଳୟକୁ ନେଇ ତା’ର ଚିକିତ୍ସା କରାଇବା।
ଭାରତ ସମେତ ସାରା ବିଶ୍ୱରେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖକୁ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି। ବର୍ତ୍ତମାନ ପ୍ରତି ୪୦ ସେକେଣ୍ଡରେ ଜଣେ ମାନସିକ ରୋଗୀ ଆତ୍ମହତ୍ୟା କରୁଛି। ଏଥିରୁ ନିବୃତ୍ତ କରାଇବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ୨୦୧୯ ମସିହାରେ ପାଳନ କରିବାକୁ ଯାଉଥିବା ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସର ମୂଳ ଲକ୍ଷ୍ୟ।
(ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ)
ବାଲିପଡ଼ା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ-୯୪୩୭୧୬୩୬୧୫


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri