ମାନସିକ ରୋଗ ଓ ଆମ ଦାୟିତ୍ୱ

ସୁଜାତା ପରିଡ଼ା
ଆଖିରେ ଆଖିଏ ସ୍ବପ୍ନ ଓ ମା’ ବାପାଙ୍କ ଆଶାକୁ ନେଇ ଆମ ରାଜ୍ୟ ଓଡ଼ିଶାର ବଲାଙ୍ଗୀରଠାରେ ଥିବା ସରକାରୀ ପଲିଟେକ୍‌ନିକ କଲେଜରେ ପାଠ ପଢୁଥିଲେ ଭଦ୍ରକର ୨୦ବର୍ଷ ବୟସର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ର ଚନ୍ଦ୍ରଶେଖର ବେହେରା। ୨୦୧୮ ସେପ୍ଟେମ୍ବର ୪ରେ ରହୁଥିବା ଭଡ଼ାଘରେ ସେ ମାନସିକ ବିଷାଦରେ ଭାରସାମ୍ୟ ହରାଇ ଅତ୍ମହତ୍ୟା କଲେ। ମୁହୂର୍ତ୍ତକରେ ସବୁ ଆଶା ଆଉ ସ୍ବପ୍ନକୁ ପଛରେ ପକେଇ ଅକାଳରେ ଝଡ଼ିପଡ଼ିଲା ଦେଶର ଏକ ଭବିଷ୍ୟତ। ପ୍ରତିବର୍ଷ ଶହ ଶହ ଲୋକ ପାରିବାରିକ ସମସ୍ୟା, ବୈବାହିକ ଜୀବନରେ ସମସ୍ୟା, ସ୍କୁଲ କଲେଜରେ ପାଠପଢ଼ାର ଚାପ, ବେରୋଜଗାର, ଶାରୀରିକ ଓ ମାନସିକ ରୋଗ, କର୍ମସ୍ଥଳୀରେ କାମର ଅତିରିକ୍ତ ବୋଝ ପରି ବିଭିନ୍ନ କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି। ବିଶେଷ କରି ଆଜିର ଯୁବପିଢି ବହୁ ମାତ୍ରାରେ ମାନସିକ ଚାପର ବଶବର୍ତ୍ତୀ ହୋଇ ନିଶାଦ୍ରବ୍ୟ ସେବନ ଭଳି କୁଅଭ୍ୟାସକୁ ଆପଣେଇ ନେଉଛନ୍ତି ଓ କାଳକ୍ରମେ ଏହାର କୁପ୍ରଭାବ ସେମାନଙ୍କ ଶରୀର ଓ ମନ ଉପରେ ପଡୁଛି। ଯଦି ଏପରି ଚାପ ଓ ପାରିପାର୍ଶ୍ୱିକ ପରିସ୍ଥିତିରେ ବ୍ୟକ୍ତିର ସ୍ବାଭାବିକ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଦେଖାଦିଏ ଓ ଦୀର୍ଘଦିନ ଧରି ମନ ଭିତରେ ଭୟ, ଚିନ୍ତା, ନିରାଶା, ଦୁଃଖ, ବିଷାଦ ଆଦି ଲାଗିରହେ, ସେ ମାନସିକ ରୋଗରେ ପୀଡ଼ିତ ବୋଲି କୁହାଯିବ।
ମାନସିକ ଭାବେ ଅସୁସ୍ଥ ଲୋକମାନଙ୍କର ଖାଇବା, ପିଇବା, ଶୋଇବା ଓ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖାଯାଏ ଏବଂ ସେମାନେ ସାଧାରଣ ଲୋକଙ୍କଠାରୁ ଭିନ୍ନ ଆଚରଣ ପ୍ରଦର୍ଶନ କରିଥାନ୍ତି। ସେମାନଙ୍କଠାରେ ଭଲମନ୍ଦ ବିଚାର କରିବା ଶକ୍ତି କମିଯାଇଥାଏ। ପରିବାରଠାରୁ ଆରମ୍ଭକରି ସମାଜର ପ୍ରତି ସ୍ତରର ଲୋକ ସେମାନଙ୍କୁ ଭିନ୍ନ ତଥା ନିମ୍ନ ଦୃଷ୍ଟିରେ ଦେଖନ୍ତି ଓ ପ୍ରାୟ ସେମାନଙ୍କ ସହ ମିଳାମିଶା କରନ୍ତି ନାହିଁ। ପାଗଳ ଭାବି ତାଙ୍କଠାରୁ ଦୂରେଇ ରୁହନ୍ତି।
ଆମ ଗାଲକୁ ପିମ୍ପୁଡ଼ିଟେ କାମୁଡ଼ିଦେଲେ ହାତ ଆପେ ଆପେ ପହଞ୍ଚିଯାଉଛି ଗାଲ ପାଖରେ ପିମ୍ପୁଡ଼ିକୁ କାଢ଼ିବାକୁ। ଯଦି ତାକୁ ନ କାଢ଼ିବା ସେ ଆମ ହାତ ସମେତ ଶରୀରର ଅନ୍ୟ ଅଙ୍ଗକୁ କାମୁଡ଼ିବ ଓ ଯନ୍ତ୍ରଣା ବଢ଼ିଯିବ ପଛେ କମିବନି। ସେହିପରି ଶରୀର ସଦୃଶ ଆମ ସମାଜରେ ମାନସିକ ଅବସାଦରେ ପୀଡ଼ିତ ବ୍ୟକ୍ତି ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ, ସମାଜ ସମେତ ସେହି ଅଙ୍ଗକୁ ସୁସ୍ଥ ଓ ନୀରୋଗ ରଖିବା ପାଇଁ ଆମେ ସାହାଯ୍ୟ ଓ ସହଯୋଗର ହାତ ବଢ଼େଇବା ନିତାନ୍ତ ଜରୁରୀ।
ଆମେ ଜାଣିଛେ ଶାରୀରିକ ବା ମାନସିକ ଭାବେ ସବୁ ପିଲା ସମାନ ନୁହନ୍ତି। ତେଣୁ ଆମ ପରିବାର ହେଉ କି ଶିକ୍ଷାନୁଷ୍ଠାନ ସବୁଠାରେ ମାତାପିତା ଓ ଅନ୍ୟ ସଦସ୍ୟ, ଶିକ୍ଷୟିତ୍ରୀ ଶିକ୍ଷକ ପିଲାଙ୍କ ଉପରେ ନିଜର ଇଚ୍ଛା ଓ ପାଠର ବୋଝକୁ ଲଦି ନ ଦେଇ, ତାଙ୍କ ନିକଟତର ହୋଇ ସେମାନଙ୍କର ଯାହାସବୁ ସମସ୍ୟା ଅଛି ସ୍ନେହର ସହିତ ସେସବୁ ପଚାରି ବୁଝି ଉପଯୁକ୍ତ ପରାମର୍ଶ ଦେବା ଉଚିତ। ତା’ଦ୍ୱାରା ସେମାନେ ଚାପମୁକ୍ତ ରହି ଭଲ ପାଠ ପଢ଼ିପାରିବେ ଓ ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ବାଛିପାରିବେ। କର୍ମକ୍ଷେତ୍ରରେ ଆବଶ୍ୟକତାଠାରୁ ଅଧିକ କାର୍ଯ୍ୟଭାର ଲଦି ନ ଦେଇ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା, ସେମାନଙ୍କର ଆବଶ୍ୟକ ଥିବା ଛୁଟି ମଞ୍ଜୁର କରିବା ଓ ସେମାନଙ୍କ ସହ ମିଳିମିଶି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କାମ କରିବା ଦ୍ୱାରା ସେମାନେ ସୁସ୍ଥ ମନରେ ସବୁ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥାନ୍ତି। ନିଶାଦ୍ରବ୍ୟ ସେବନରେ ଅଭ୍ୟସ୍ତ ବ୍ୟକ୍ତିକୁ ସେଥିରୁ ନିବୃତ୍ତ କରାଇବା ପାଇଁ ଆମେ ସବୁପ୍ରକାର ଚେଷ୍ଟା କରିବା।
ମାନସିକ ରୋଗରେ ଆକ୍ରାନ୍ତ କେତେକ ଲୋକ ନିଜ ଘର ଠିକଣା ଭୁଲି ବାହାରେ ବୁଲୁଥାନ୍ତି। କେତେକ ସ୍ଥଳରେ ସେମାନଙ୍କ ପରିବାର ଲୋକ ଖୋଜି ପାଆନ୍ତି ନାହିଁ ଓ କେତେକ କ୍ଷେତ୍ରରେ ଜାଣିଶୁଣି ଅବହେଳା କରି ଘରକୁ ଫେରେଇ ଆଣନ୍ତିନି। ଏପରି ବାହାରେ ବୁଲୁଥିବା ରୋଗୀ ଆମ ନଜରକୁ ଆସିଲେ, ପ୍ରଥମେ ଆମେ ତାଙ୍କୁ ନିକଟସ୍ଥ ମାନସିକ ଚିକିତ୍ସାଳୟକୁ ନେଇ ଉପଯୁକ୍ତ ଚିକିତ୍ସା କରାଇ ତା’ ପରିବାର ଲୋକଙ୍କୁ ସୂଚନା ଦେବା ଓ ପୁନଃ ଥଇଥାନ କରାଇବା। ଦରକାର ପଡ଼ିଲେ ଆଇନଗତ ସୁରକ୍ଷା ଯୋଗାଇଦେବାର ବ୍ୟବସ୍ଥା ମଧ୍ୟ କରାଇବା ଉଚିତ। ମାନସିକ ରୋଗୀ ପରିବାରର ଦାୟିତ୍ୱ ହେଉଛି ତା’ପ୍ରତି ଯତ୍ନଶୀଳ ହୋଇ କୌଣସି ମାନସିକ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ବା ମାନସିକ ଚିକିତ୍ସାଳୟକୁ ନେଇ ତା’ର ଚିକିତ୍ସା କରାଇବା।
ଭାରତ ସମେତ ସାରା ବିଶ୍ୱରେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖକୁ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି। ବର୍ତ୍ତମାନ ପ୍ରତି ୪୦ ସେକେଣ୍ଡରେ ଜଣେ ମାନସିକ ରୋଗୀ ଆତ୍ମହତ୍ୟା କରୁଛି। ଏଥିରୁ ନିବୃତ୍ତ କରାଇବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ୨୦୧୯ ମସିହାରେ ପାଳନ କରିବାକୁ ଯାଉଥିବା ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସର ମୂଳ ଲକ୍ଷ୍ୟ।
(ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ)
ବାଲିପଡ଼ା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ-୯୪୩୭୧୬୩୬୧୫


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri