ମାନସିକ ରୁଗୀକଁର ସେବାରେ ସମରପିତ ଅକ୍ଷୟ

ଘଣ୍ଟାପଡ଼ା, ୪।୧୨(ଡି.ଏନ୍‌.ଏ.)- ନର ସେବା ହିଁ ନାରାୟଣ ସେବା, ଇ କଥାଟାକେ କାମ୍‌ରେ କରି ଦେଖେଇ ପାରିଛନ୍‌ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଁଚେତ୍‌ ଗୋଛାଗୋରା ଗଁାର ଅକ୍ଷୟ ପ୍ରଧାନ। ଇଥିରଲାଗି ସେ ଅନେକ ପରଶଁସା ବି ସାଉଁଟିଛନ୍‌।
ସୂଚନା ଅନ୍‌ସାରେ ଗୋଛାଗୋରା ଗଁାର ଅକ୍ଷୟ ପ୍ରଧାନ ଝନେ ନିହାତି ଗରିବ୍‌ ପରିବାରର ପିଲା। ଦୁଇ ବଛର ତଲେ ଝନେ ମାନସିକ୍‌ ରୁଗୀକଁର ଗୁଲ୍‌ଗୁଲା ଦେଖି ଦୁଖ୍‌ରେ ତାକର ହୁରୁଦ୍‌ ତରଲି ଯାଇଥିଲା। ସେ ତାହାକୁ କିଛି ଖାଏବାକେ ଦେଇ ସହଯୋଗ କରିଥିଲେ। ସେ ଦିନ୍‌ଠାନୁ ସେ ମାନବ ସେବା ହିଁ ପରକୁତ ଧରମ ବଲି ଧରିନେଇଛନ୍‌। ଆଏଜ୍‌ ବି ସେ କେହେନ୍‌ସି ମାନସିକ ରୁଗୀକୁଁ ଦେଖ୍‌ଲେ ତାକର ସେବା କରବାର ଲାଗି ଗଦ୍‌ଗଦ୍‌ ମନେ ଆଗେଇ ଆସୁଛନ୍‌। ଆମର ସମାଜରେ ଅନେକ ଲୋକ ଘର ସାମ୍‌ନାରେ କେହେନ୍‌ସି ମାନସିକ ରୁଗୀକେ ଦେଖ୍‌ଲେ ପାଗଲ ବଲି ଧୂରଧୂର ମାରମାର କରସନ୍‌। ହେଲେ ଗୁଟେ ନିପଟପଟ ଗଁଲି ଗଁାରେ ଗରିବ୍‌ ପରିବାରରେ ଜନମ୍‌ ହେଇଥିବାର ଅକ୍ଷୟ ଏନ୍‌ତା କେହେନ୍‌ସି ମାନ୍‌ସିକ ରୁଗୀକୁ ଦେଖ୍‌ଲେ ତାକର ସେବା ଯତନ୍‌ କରୁଛନ୍‌। ଖାଏବା ପିଇବାକେ ଦେବାର ସଂଗେ କପଡାଲତା ଦେଉଛନ୍‌। ଅକ୍ଷୟକଁର ଇ ସାଧୁ ଉଦିଅମକେ ଅଂଚଲବାସୀ ବହୁତ୍‌ ପରଶଁସା କରୁଛନ୍‌। ବାହାରେ ବୁଲୁଥିବାର ଅଚିନ୍‌ହଁା ମାନସିକ ରୁଗୀକଁର ସେବା କରବାକେ କାହିଁଯେ ମୋତେ ଭଲ ଲାଗ୍‌ସି ମୁଇଁ ନାଇଁ ଜାନି। ହେଲେ ତାକର ମୁହେଁ ଟିକେ ହଁସ ଫୁଟେଇପାରଲେ ମତେ ବହୁତ ଖୁସି ଲାଗ୍‌ସି। ଏନ୍‌ତା ଲୁକ୍‌କର ସେବା କରବାର ଲାଗି ସଭେ ଆଗ୍‌କେ ଆଏବାର କଥା। ସମାଜରେ ମାନ୍‌ସିକ ରୁଗୀକଁର ଉପରେ ଦରଦ୍‌ ଦେଖାଲେ, ସେବା କଲେ ତାକର ଦୁଖ୍‌ ଦୂର ହେଇପାରବା ବଲି ଅକ୍ଷୟ କହିଛନ୍‌।