ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର ଘଟଣା: ଜେଜେବିକୁ ଗଲେ ନାବାଳକ

ପୁରୁଷୋତ୍ତମପୁର,୧ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀ(୨୩)ଙ୍କୁ ସୋମବାର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ମଙ୍ଗଳବାର ଜଣେ ନାବାଳକ(୧୭)ଙ୍କୁ ବ୍ରହ୍ମପୁର ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇଛିି। ଏ ନେଇ ଆଇଆଇସି ଜଗନ୍ନାଥ ମଲ୍ଲିକ ନଂ.୩୧୮/୧୯ରେ ମାମଲା ରୁଜୁ କରିଥିଲେ। ପ୍ରକାଶ ଯେ, ସମ୍ପୃକ୍ତା ଯୁବତୀ ଘରେ ଏକୁଟିଆ ଥିବା ସୁଯୋଗ ନେଇ ନାବାଳକ ଜଣଙ୍କ ତାଙ୍କୁ ବଳାତ୍କାର କରିଥିବା ପୀଡ଼ିତାଙ୍କ ମା’ ଓ ଭାଇ ଥାନାରେ ଏତଲା ଦେଇଥିଲେ। ପୋଲିସ ନାବାଳକଙ୍କୁ ଆଣି ପଚରାଉଚରା କରିବା ସହ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀମାଇନା କରାଇଥିଲା। ଯୁବତୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଡାକ୍ତରୀମାଇନା ଲାଗି ନିଆଯିବା ସହ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ପାଇଁ ପଠାଯାଇଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବାରେ ଲାଗିଛନ୍ତି।