ମାନସିକ୍‌ ରୁଗୀର ଉତ୍‌ପାତରେ ଗାଁଖୁଲି ଶୂନସାନ: ଭଏଭିତ ଅବସ୍‌ତାରେ ବାରବଖରା ଗାଁବାସୀ

ପର୍ଲା, ୧୬।୧ (ଡି.ଏନ୍‌.ଏ)-  କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡାପଟ ଅଂଚଲ ଖୁଣ୍ଟିଆ ପଁଚେତ୍‌ ବାରବଖରା ଗାଁର ଦେବେନ୍ଦ୍ର ଧରୁଆ(୩୫)। ସେ ଝନେ ମାନସିକ୍‌ ରୁଗୀ। ଏହେଦେ ତାକଁର ଉତ୍‌ପାତରେ ଗାଁବାସୀ ଭଏଭିତ ଅବସ୍‌ତାରେ ରହିଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ବାରବଖରା ଗାଁର ସ୍ବର୍ଗତ ବୁଟି ଧରୁଆ, ବେଲମତୀ ଧରୁଆକଁର ୨ ପୁଓ ଦେବେନ୍ଦ୍ର(୩୫), ନରେନ୍ଦ୍ର(୨୫)। ଦେବେନ୍ଦ୍ର ଅନେକ ଦିନ୍‌ ହେଲା କେହେନ୍‌ସି କାରନରୁ ମାନ୍‌ସିକ ସଁତୁଲନ ହରେଇଛନ୍‌। ତାକର କିଛି ସୋରସୁତର ନାଇଁ ରହିବାର। ଏନ୍‌ତାଥି ସେ ଅନେକ ସମିଆରେ ଗାଁର ଲୁକ୍‌କୁ ପଥରଢେକାଲ ମାରବାର ସଂଗେ ଠେଂଗାବାଡ଼ି ଧରି ମାରବାକେ ଦଉଡ଼ଉଛନ୍‌। ଦେବେନ୍ଦ୍ରକଁର ଭଏରେ ଗାଁରେ ଛୁଆପିଲା, ବଡ଼ମାନେ ବି ଏକ୍‌ଲା ଯାଆସ କରବାକେ ଡରୁଛନ୍‌। ଗାଁର ୩ରୁ ୪ ଝନ୍‌ ଦେବେନ୍ଦ୍ରକଁର ଆକ୍‌ରମନର ଶିକାର ହେଇ ଖଁଡ଼ିଆଡଁଡ଼ିଆ ହେଇଥିବାର ଜନାଯାଇଛେ। ଦେବେନ୍ଦ୍ରକଁର ମୁଡ଼ କାମ୍‌ ନାଇଁ କରବାର ଲାଗି ସେ ଏନ୍‌ତା ଉତ୍‌ପାତ ହେଉଛନ୍‌। ତାକର ଭଏରେ ଅନେକ ସମିଆ ଗାଁଖୁଲି ଶୂନସାନ ହେଇଯାଉଛେ ବଲି ଗାଁର ପରକ୍ଷିତ ଧରୁଆ, ଦିଲୀପ ଧରୁଆ, ଅର୍ଜୁନ ମେହେର, ଲଛମନ ଧରୁଆ ପରମୁଖ କହିଛନ୍‌। ଇ ବାବ୍‌ଦେ ଗାଁବାସୀ କୋକସରା ଥାନାରେ ଅଭିଯୋଗ କରିଛନ୍‌। ଥାନା ସହ ଅଧ୍‌କାରୀ ବୁଲୁ ସେଠୀ ଗାଁକେ ଆସି ଦେବେନ୍ଦ୍ରକୁଁ କାବୁ କରବାର ଚେଷ୍‌ଟା କରିଥିଲେ। ହେଲେ ଦୁହିକର ଭିତରେ ଠେଲାପେଲ୍‌ହା ହେଇଥିବାର ଗାଁବାସୀ କହିଛନ୍‌। ଶେଷେ ଗାଁବାସୀ ଉପେ ଶୂଇନ୍‌ ହେଇ ଦେବେନ୍ଦ୍ରର ହାତେଗୁଡ଼େ ଲୁହାର ଶିଁକ୍‌ଲା ବଁାଧିଛନ୍‌। ଗାଁରେ କେହେନ୍‌ସି ଅଘଟନ ଘଟବାର ଆଗ୍‌ରୁ ଜିଲା ଆର ଥାନୀଅ ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ଦେବେନ୍ଦ୍ରକଁର ଚିକିଛା ବେବସ୍‌ତା କରବାକେ ଗାଁବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ବନଲତା ଦେବୀକୁଁ ପଚ୍‌ରାଲାରୁ ଗୁରୁବାର ଗାଁକେ ଗୁଟେ ଡାକ୍‌ତରୀ ଦଲ ପଠେଇ ତାକର ପରୀକ୍ଷା ନିରୀକ୍ଷା ସଂଗେ ଉଚ ଚିକିଛାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri