ମାନସିକ୍‌ ରୁଗୀର ଉତ୍‌ପାତରେ ଗାଁଖୁଲି ଶୂନସାନ: ଭଏଭିତ ଅବସ୍‌ତାରେ ବାରବଖରା ଗାଁବାସୀ

ପର୍ଲା, ୧୬।୧ (ଡି.ଏନ୍‌.ଏ)-  କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡାପଟ ଅଂଚଲ ଖୁଣ୍ଟିଆ ପଁଚେତ୍‌ ବାରବଖରା ଗାଁର ଦେବେନ୍ଦ୍ର ଧରୁଆ(୩୫)। ସେ ଝନେ ମାନସିକ୍‌ ରୁଗୀ। ଏହେଦେ ତାକଁର ଉତ୍‌ପାତରେ ଗାଁବାସୀ ଭଏଭିତ ଅବସ୍‌ତାରେ ରହିଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ବାରବଖରା ଗାଁର ସ୍ବର୍ଗତ ବୁଟି ଧରୁଆ, ବେଲମତୀ ଧରୁଆକଁର ୨ ପୁଓ ଦେବେନ୍ଦ୍ର(୩୫), ନରେନ୍ଦ୍ର(୨୫)। ଦେବେନ୍ଦ୍ର ଅନେକ ଦିନ୍‌ ହେଲା କେହେନ୍‌ସି କାରନରୁ ମାନ୍‌ସିକ ସଁତୁଲନ ହରେଇଛନ୍‌। ତାକର କିଛି ସୋରସୁତର ନାଇଁ ରହିବାର। ଏନ୍‌ତାଥି ସେ ଅନେକ ସମିଆରେ ଗାଁର ଲୁକ୍‌କୁ ପଥରଢେକାଲ ମାରବାର ସଂଗେ ଠେଂଗାବାଡ଼ି ଧରି ମାରବାକେ ଦଉଡ଼ଉଛନ୍‌। ଦେବେନ୍ଦ୍ରକଁର ଭଏରେ ଗାଁରେ ଛୁଆପିଲା, ବଡ଼ମାନେ ବି ଏକ୍‌ଲା ଯାଆସ କରବାକେ ଡରୁଛନ୍‌। ଗାଁର ୩ରୁ ୪ ଝନ୍‌ ଦେବେନ୍ଦ୍ରକଁର ଆକ୍‌ରମନର ଶିକାର ହେଇ ଖଁଡ଼ିଆଡଁଡ଼ିଆ ହେଇଥିବାର ଜନାଯାଇଛେ। ଦେବେନ୍ଦ୍ରକଁର ମୁଡ଼ କାମ୍‌ ନାଇଁ କରବାର ଲାଗି ସେ ଏନ୍‌ତା ଉତ୍‌ପାତ ହେଉଛନ୍‌। ତାକର ଭଏରେ ଅନେକ ସମିଆ ଗାଁଖୁଲି ଶୂନସାନ ହେଇଯାଉଛେ ବଲି ଗାଁର ପରକ୍ଷିତ ଧରୁଆ, ଦିଲୀପ ଧରୁଆ, ଅର୍ଜୁନ ମେହେର, ଲଛମନ ଧରୁଆ ପରମୁଖ କହିଛନ୍‌। ଇ ବାବ୍‌ଦେ ଗାଁବାସୀ କୋକସରା ଥାନାରେ ଅଭିଯୋଗ କରିଛନ୍‌। ଥାନା ସହ ଅଧ୍‌କାରୀ ବୁଲୁ ସେଠୀ ଗାଁକେ ଆସି ଦେବେନ୍ଦ୍ରକୁଁ କାବୁ କରବାର ଚେଷ୍‌ଟା କରିଥିଲେ। ହେଲେ ଦୁହିକର ଭିତରେ ଠେଲାପେଲ୍‌ହା ହେଇଥିବାର ଗାଁବାସୀ କହିଛନ୍‌। ଶେଷେ ଗାଁବାସୀ ଉପେ ଶୂଇନ୍‌ ହେଇ ଦେବେନ୍ଦ୍ରର ହାତେଗୁଡ଼େ ଲୁହାର ଶିଁକ୍‌ଲା ବଁାଧିଛନ୍‌। ଗାଁରେ କେହେନ୍‌ସି ଅଘଟନ ଘଟବାର ଆଗ୍‌ରୁ ଜିଲା ଆର ଥାନୀଅ ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ଦେବେନ୍ଦ୍ରକଁର ଚିକିଛା ବେବସ୍‌ତା କରବାକେ ଗାଁବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ବନଲତା ଦେବୀକୁଁ ପଚ୍‌ରାଲାରୁ ଗୁରୁବାର ଗାଁକେ ଗୁଟେ ଡାକ୍‌ତରୀ ଦଲ ପଠେଇ ତାକର ପରୀକ୍ଷା ନିରୀକ୍ଷା ସଂଗେ ଉଚ ଚିକିଛାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri