ମାନବବାଦ କ୍ଷେତ୍ରରେ ଭୀମଭୋଇ ଉଜ୍ଜ୍ୱଳ ଜ୍ୟୋତିଷ୍କ

ସୋନପୁର, ୯।୨(ନି.ପ୍ର.)
ସନ୍ଥ କବି ଭୀମଭୋଇ ଧର୍ମ, ସଂସ୍କୃତି, ସାହିତ୍ୟ ଓ ମାନବବାଦ କ୍ଷେତ୍ରରେ ଏକ ମହାନ ଏବଂ ଉଜ୍ଜ୍ୱଳମୟ ଜ୍ୟୋତିଷ୍କ। ତାଙ୍କ ଦର୍ଶନ ଏବଂ ଜ୍ଞାନାଲୋକ ସମସ୍ତ ମାନବଜାତିକୁ ପଥ ପ୍ରଦର୍ଶନ କରୁଛି। ସମାଜ ଓ ସାମାଜିକ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ପାଇଁ ତାଙ୍କର ସମସ୍ତ ରଚନା ଅଭିପ୍ରେତ ଥିଲା। ଭାରତୀୟ ସାହିତ୍ୟରେ ସେ ଏକ ସ୍ବତନ୍ତ୍ର ଆସନର ଅଧିକାରୀ। ପ୍ରଚଣ୍ଡ ମାନବବାଦୀ ଏହି ଦୃଷ୍ଟିହୀନ କବି ଜଗତର ଉଦ୍ଧାର ପାଇଁ ନିଜକୁ ନର୍କରେ ନକ୍ଷେପ କରିବାକୁ ପ୍ରସ୍ତୁତ ଥିଲେ। ତାଙ୍କ ଅମୂଲ୍ୟ ରଚନାରେ ଓଡିଆ ଭାଷା ଓ ସାହିତ୍ୟ ରୁଦ୍ଧିମନ୍ତ ହୋଇଛି ବୋଲି ସୁବର୍ଣ୍ଣପୁର ଜିଲା ଖଲିଆପାଲିଠାରେ ଥିବା ସନ୍ଥକବି ଭୀମଭୋଇଙ୍କ ସିଦ୍ଧି, ସାଧନା ଓ ସମାଧି ପୀଠରେ ଶନିବାର ଅନୁଷ୍ଠିତ ସାରସ୍ବତ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ମତବ୍ୟକ୍ତ କରିଛନ୍ତି।
ଜିଲାପାଳ ତଥା ସମାଧି ପୀଠ ଟ୍ରଷ୍ଟ ଅଧ୍ୟକ୍ଷ ମୋନିଷା ବାନାର୍ଜୀଙ୍କ ପୌରୋହିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା। ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସନ୍ଥ କବି କେବଳ କବି ନଥିଲେ, ସେ ଥିଲେ ଜଣେ ବିପ୍ଳବୀ ଓ ସମାଜ ସଂସ୍କାରକ। ତାଙ୍କର ମୂଳ ଲକ୍ଷ୍ୟ ଥିଲା ଆଧ୍ୟାତ୍ମିକତା। ତାଙ୍କ କବିତାକୁ ସେ ଶବ୍ଦର ବିଳାସରେ ପରିପୂର୍ଣ୍ଣ କରି ନଥିଲେ । ସମାଜ ଓ ସାମାଜିକ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ପାଇଁ ତାଙ୍କର ସମସ୍ତ ରଚନା ଅଭିପ୍ରେତ ଥିଲା। ଖଲିଆପାଲି ପୀଠ ଆମ ଜିଲାର ଗର୍ବ ଓ ଗୌରବ। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ବସିବା ପାଇଁ ଛାତ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ପୂଜାରୀ ଘୋଷଣା କରିଥିଲେ। ଜିଲାପାଳ ବାନାର୍ଜୀ ତାଙ୍କ ବକ୍ତବ୍ୟରେ ଭୀମଭୋଇଙ୍କ ବାଣୀ ଦେଶର ଲୋକ ସଭା ପରିସର ଓ ଜାତିସଂଘର କାନ୍ଥରେ ଶୋଭା ପାଉଛି। ତେଣୁ ଭୀମଭୋଇଙ୍କ ପାଇଁ ଏହି ମାଟି ପବିତ୍ର ହୋଇଛି ବୋଲି କହିଥିଲେ। ଏସ୍‌ପି ଦେବୀ ପ୍ରସାଦ ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇ ଭୀମଭୋଇ ଅହିଂସାର ପୂଜାରୀ ଥିଲେ ବୋଲି କହିଥିଲେ। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ସନ୍ଥ କବି ସମାଜରେ ପ୍ରଚଳିତ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସୃତି ଚିନ୍ତାମଣି ଏହିଠାରେ ରଚନା କରିଥିଲେ ବୋଲି କହିଥିଲେ। ସୋନପୁର ଉପଜିଲାପାଳ ତଥା ସମାଧି ପୀଠ ଟ୍ରଷ୍ଟର ଉପାଧ୍ୟକ୍ଷ ବଳରାମ ମଲ୍ଳିକ, ଶିକ୍ଷାବିତ୍‌ ବ୍ରଜମୋହନ ଦାନୀ ମଞ୍ଚାସୀନ ଥିଲେ। ପ୍ରଫେସର ଡ. ସନ୍ତୋଷ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭୀମଭୋଇଙ୍କ ଆବିର୍ଭାବ ପୃଥ୍ବିବୀରେ ଏକ ନବ ଜାଗରଣ ଆଣିଥିଲା। ସେ ଜୀବନର ଶେଷ ୨୦ ବର୍ଷ ଖଲିଆପାଲିଠାରେ ବିତାଇ ତାଙ୍କର ଶ୍ରେଷ୍ଠ ସାହିତ୍ୟ କୃତି ସବୁ ରଚନା କରିଥିଲେ। ସେ ସମସାମୟିକ ସମାଜର ଧର୍ମାନ୍ଧତା ବିରୋଧରେ କବିତା ମାଧ୍ୟମରେ ସ୍ବର ଉତ୍ତେଳନ କରିଥିଲେ ବୋଲି କହିଥିଲେ। ଭୀମଭୋଇ ସମାଧି ପୀଠ ଟ୍ରଷ୍ଟର ତତ୍ତ୍ୱାବଧାରକ ଛତ୍ରଧାରୀ ଅଗ୍ରଓ୍ବାଲ କବିଙ୍କ ଅନନ୍ୟ କାବ୍ୟ ସୃଷ୍ଟି ସମ୍ପର୍କରେ ମତ ରଖିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଚଳିତ ବର୍ଷ ସକାଶେ ଡ. ସନ୍ତୋଷ କୁମାର ରଥଙ୍କୁ ଭୀମଭୋଇ ସ୍ମୃତି ସମ୍ମାନ, ବାବା ଓଁକାର ଦାସଙ୍କୁ ଭୀମଭୋଇ ମହିମା ସମ୍ମାନ, ବଲାଙ୍ଗୀରର ଡ. ଘାସିରାମ ମିଶ୍ରଙ୍କୁ ଭୀମଭୋଇ କଳା ସମ୍ମାନ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଯୁଗଳ କିଶୋର ମେହେରଙ୍କୁ ଭୀମଭୋଇ ସାହିତ୍ୟ ସମ୍ମାନ ଓ ଡ. ଅନିରୁଦ୍ଧ କୁରୁକୁରିଆଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ସାମାଜିକକର୍ମୀ ଗୋରେଖନାଥ ସାହୁ ସଭା ସଂଯୋଜନା କରିଥିଲେ। ଟ୍ରଷ୍ଟର ବରିଷ୍ଠ ସଭ୍ୟ ବ୍ୟୋମକେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମାଘ ମେଳା ବିଶେଷାଙ୍କ ମହିମାକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ମାଘ ମେଳା ରବିବାର ପର୍ଯ୍ୟନ୍ତ ଚାଲିବ। ପରମ୍ପରା ମତେ ଶନିବାର ଅପରାହ୍ନରେ ମନ୍ଦିରର ଦ୍ୱାର ଉନ୍ମୁକ୍ତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

ପ୍ରେମିକ ଜେଲ୍‌ରେ, ଘରକୁ ଗଲେ ନବବଧୂ : ବନ୍ଧୁକ ଦେଖାଇ ଅପହରଣ ଘଟଣାରେ ନୂଆମୋଡ

ତରଭା,୨୬ା୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ପୋଲିସ ସମ୍ବଲପୁରରୁ ଉଦ୍ଧାର କରିଥିବା ନବବଧୂଙ୍କୁ ବୁଧବାର ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଛି l ସେ ମା’ଙ୍କ ସହିତ ଘରକୁ…

୨ ଦିନରେ ୨ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ: ମୃତକଙ୍କୁ ମିଳୁନି ସରକାରୀ ସହାୟତା

ଅମରପାଲି, ୨୪ା୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ୨ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା…

ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା: ୬ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଅମରପାଲି,୨୩ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଶିକ୍ଷକ ସମସ୍ୟା। ଏହି ସ୍କୁଲରେ ବାଲ ବାଟିକା ସହିତ ପ୍ରଥମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri