ମାନବବାଦ କ୍ଷେତ୍ରରେ ଭୀମଭୋଇ ଉଜ୍ଜ୍ୱଳ ଜ୍ୟୋତିଷ୍କ

ସୋନପୁର, ୯।୨(ନି.ପ୍ର.)
ସନ୍ଥ କବି ଭୀମଭୋଇ ଧର୍ମ, ସଂସ୍କୃତି, ସାହିତ୍ୟ ଓ ମାନବବାଦ କ୍ଷେତ୍ରରେ ଏକ ମହାନ ଏବଂ ଉଜ୍ଜ୍ୱଳମୟ ଜ୍ୟୋତିଷ୍କ। ତାଙ୍କ ଦର୍ଶନ ଏବଂ ଜ୍ଞାନାଲୋକ ସମସ୍ତ ମାନବଜାତିକୁ ପଥ ପ୍ରଦର୍ଶନ କରୁଛି। ସମାଜ ଓ ସାମାଜିକ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ପାଇଁ ତାଙ୍କର ସମସ୍ତ ରଚନା ଅଭିପ୍ରେତ ଥିଲା। ଭାରତୀୟ ସାହିତ୍ୟରେ ସେ ଏକ ସ୍ବତନ୍ତ୍ର ଆସନର ଅଧିକାରୀ। ପ୍ରଚଣ୍ଡ ମାନବବାଦୀ ଏହି ଦୃଷ୍ଟିହୀନ କବି ଜଗତର ଉଦ୍ଧାର ପାଇଁ ନିଜକୁ ନର୍କରେ ନକ୍ଷେପ କରିବାକୁ ପ୍ରସ୍ତୁତ ଥିଲେ। ତାଙ୍କ ଅମୂଲ୍ୟ ରଚନାରେ ଓଡିଆ ଭାଷା ଓ ସାହିତ୍ୟ ରୁଦ୍ଧିମନ୍ତ ହୋଇଛି ବୋଲି ସୁବର୍ଣ୍ଣପୁର ଜିଲା ଖଲିଆପାଲିଠାରେ ଥିବା ସନ୍ଥକବି ଭୀମଭୋଇଙ୍କ ସିଦ୍ଧି, ସାଧନା ଓ ସମାଧି ପୀଠରେ ଶନିବାର ଅନୁଷ୍ଠିତ ସାରସ୍ବତ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ମତବ୍ୟକ୍ତ କରିଛନ୍ତି।
ଜିଲାପାଳ ତଥା ସମାଧି ପୀଠ ଟ୍ରଷ୍ଟ ଅଧ୍ୟକ୍ଷ ମୋନିଷା ବାନାର୍ଜୀଙ୍କ ପୌରୋହିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା। ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସନ୍ଥ କବି କେବଳ କବି ନଥିଲେ, ସେ ଥିଲେ ଜଣେ ବିପ୍ଳବୀ ଓ ସମାଜ ସଂସ୍କାରକ। ତାଙ୍କର ମୂଳ ଲକ୍ଷ୍ୟ ଥିଲା ଆଧ୍ୟାତ୍ମିକତା। ତାଙ୍କ କବିତାକୁ ସେ ଶବ୍ଦର ବିଳାସରେ ପରିପୂର୍ଣ୍ଣ କରି ନଥିଲେ । ସମାଜ ଓ ସାମାଜିକ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ପାଇଁ ତାଙ୍କର ସମସ୍ତ ରଚନା ଅଭିପ୍ରେତ ଥିଲା। ଖଲିଆପାଲି ପୀଠ ଆମ ଜିଲାର ଗର୍ବ ଓ ଗୌରବ। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ବସିବା ପାଇଁ ଛାତ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ପୂଜାରୀ ଘୋଷଣା କରିଥିଲେ। ଜିଲାପାଳ ବାନାର୍ଜୀ ତାଙ୍କ ବକ୍ତବ୍ୟରେ ଭୀମଭୋଇଙ୍କ ବାଣୀ ଦେଶର ଲୋକ ସଭା ପରିସର ଓ ଜାତିସଂଘର କାନ୍ଥରେ ଶୋଭା ପାଉଛି। ତେଣୁ ଭୀମଭୋଇଙ୍କ ପାଇଁ ଏହି ମାଟି ପବିତ୍ର ହୋଇଛି ବୋଲି କହିଥିଲେ। ଏସ୍‌ପି ଦେବୀ ପ୍ରସାଦ ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇ ଭୀମଭୋଇ ଅହିଂସାର ପୂଜାରୀ ଥିଲେ ବୋଲି କହିଥିଲେ। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ସନ୍ଥ କବି ସମାଜରେ ପ୍ରଚଳିତ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସୃତି ଚିନ୍ତାମଣି ଏହିଠାରେ ରଚନା କରିଥିଲେ ବୋଲି କହିଥିଲେ। ସୋନପୁର ଉପଜିଲାପାଳ ତଥା ସମାଧି ପୀଠ ଟ୍ରଷ୍ଟର ଉପାଧ୍ୟକ୍ଷ ବଳରାମ ମଲ୍ଳିକ, ଶିକ୍ଷାବିତ୍‌ ବ୍ରଜମୋହନ ଦାନୀ ମଞ୍ଚାସୀନ ଥିଲେ। ପ୍ରଫେସର ଡ. ସନ୍ତୋଷ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭୀମଭୋଇଙ୍କ ଆବିର୍ଭାବ ପୃଥ୍ବିବୀରେ ଏକ ନବ ଜାଗରଣ ଆଣିଥିଲା। ସେ ଜୀବନର ଶେଷ ୨୦ ବର୍ଷ ଖଲିଆପାଲିଠାରେ ବିତାଇ ତାଙ୍କର ଶ୍ରେଷ୍ଠ ସାହିତ୍ୟ କୃତି ସବୁ ରଚନା କରିଥିଲେ। ସେ ସମସାମୟିକ ସମାଜର ଧର୍ମାନ୍ଧତା ବିରୋଧରେ କବିତା ମାଧ୍ୟମରେ ସ୍ବର ଉତ୍ତେଳନ କରିଥିଲେ ବୋଲି କହିଥିଲେ। ଭୀମଭୋଇ ସମାଧି ପୀଠ ଟ୍ରଷ୍ଟର ତତ୍ତ୍ୱାବଧାରକ ଛତ୍ରଧାରୀ ଅଗ୍ରଓ୍ବାଲ କବିଙ୍କ ଅନନ୍ୟ କାବ୍ୟ ସୃଷ୍ଟି ସମ୍ପର୍କରେ ମତ ରଖିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଚଳିତ ବର୍ଷ ସକାଶେ ଡ. ସନ୍ତୋଷ କୁମାର ରଥଙ୍କୁ ଭୀମଭୋଇ ସ୍ମୃତି ସମ୍ମାନ, ବାବା ଓଁକାର ଦାସଙ୍କୁ ଭୀମଭୋଇ ମହିମା ସମ୍ମାନ, ବଲାଙ୍ଗୀରର ଡ. ଘାସିରାମ ମିଶ୍ରଙ୍କୁ ଭୀମଭୋଇ କଳା ସମ୍ମାନ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଯୁଗଳ କିଶୋର ମେହେରଙ୍କୁ ଭୀମଭୋଇ ସାହିତ୍ୟ ସମ୍ମାନ ଓ ଡ. ଅନିରୁଦ୍ଧ କୁରୁକୁରିଆଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ସାମାଜିକକର୍ମୀ ଗୋରେଖନାଥ ସାହୁ ସଭା ସଂଯୋଜନା କରିଥିଲେ। ଟ୍ରଷ୍ଟର ବରିଷ୍ଠ ସଭ୍ୟ ବ୍ୟୋମକେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମାଘ ମେଳା ବିଶେଷାଙ୍କ ମହିମାକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ମାଘ ମେଳା ରବିବାର ପର୍ଯ୍ୟନ୍ତ ଚାଲିବ। ପରମ୍ପରା ମତେ ଶନିବାର ଅପରାହ୍ନରେ ମନ୍ଦିରର ଦ୍ୱାର ଉନ୍ମୁକ୍ତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଶିକାରି, ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର…

ଅମରପାଲି,୪।୧୨(ପୀତାମ୍ବର ସାହୁ): ଦନ୍ତାହାତୀର ମୃତ୍ୟୁକୁ ନେଇ ପର୍ଦ୍ଦାଫାସ ହୋଇଛି। ଶିକାରୀମାନେ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ବନ...

ଜଙ୍ଗଲରେ ଦନ୍ତାହାତୀର ମୃତଦେହ: ଦାନ୍ତ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ

ଅମରପାଲି,୧।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ବୀରମହାରାଜପୁର ରେଞ୍ଜ ହାତିଲିମୁଣ୍ଡା ଫରେଷ୍ଟ ବିଟ୍‌ର ବରଘାଟ ଦାଦର ଓ ବ୍ରାହ୍ମଣୀପାଲି ମଝିରେ ଥିବା ଜଙ୍ଗଲରେ ଏକ ଦନ୍ତାହାତୀର...

ଟ୍ରକ୍‌ ଧକ୍କାରେ ସ୍କୁଟି ଆରୋହୀ ମୃତ ଘଟଣା: ୭ ଘଣ୍ଟା ପରେ ହଟିଲା ରାସ୍ତାରୋକୋ

ଅମରପାଲି,୨୬/୧୧(ପୀତାମ୍ବର ସାହୁ): ଦୀର୍ଘ ୭ ଘଣ୍ଟା ପରେ ହଟିଲା ରାସ୍ତାରୋକୋ। ଫଳରେ ସ୍ବାଭାବିକ ହୋଇଛି ଗାଡି ଚଳାଚଳ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବୀରମହାରାଜପୁର...

ସ୍କୁଟି ଚାଳକଙ୍କୁ ପ୍ରାୟ ଦେଢ଼ଶହ ମିଟର ଘୋଷାଡ଼ି ନେଲା ଟ୍ରକ: ପରେ…

ବୀରମହାରାଜପୁର,୨୬।୧୧(ପୀତାମ୍ବର ସାହୁ): ସୋନପୁର ରାସ୍ତାର ଭୁଦୋବର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଏକ ଟ୍ରକ  ସ୍କୁଟିକୁ...

ସକାଳୁ ସକାଳୁ ବଡ଼ ଦୁର୍ଘଟଣା: ଯାଉଥିଲେ ୪୦ ଯାତ୍ରୀ, ବ୍ରିଜ୍‌ ତଳକୁ ଖସିପଡିଲା ବସ୍‌

ସୋନପୁର, ୨୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବିନିକା ଥାନା ସିଂଘିଯୁବା ନିକଟରେ ଜୟଭୋଲେ ନାମକ ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ ତଳକୁ ଖସିପଡ଼ିଛି । ଘନ...

କିଡନୀ ରୋଗରେ ଯୁବକଙ୍କ ମୃତ୍ୟୁ ଘଟଣା: ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କଲା ସ୍ବାସ୍ଥ୍ୟ ବିଭାଗ

ଅମରପାଲି,୨୫।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କୋଟସମଲେଇ ପଞ୍ଚାୟତର ସୁନାପାଲିରେ କିଡନୀ ରୋଗର ଗତ ଗୁରୁବାର ଜଣେ ଆଦିବାସୀ ଯୁବକ ଭରତ ଭୋଇ...

ଧରିତ୍ରୀ ପ୍ରଭାବ: କିଡନୀ ରୋଗରେ ମୃତକଙ୍କ ଘରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ; ପାନୀୟ ଜଳ ନମୂନା…

ଅମରପାଲି,୨୩।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉପାନ୍ତ ବହଳପଦର, ଦୁର୍ଜନତୈଲା ଓ କୋଟସମଲାଇ ପଞ୍ଚାୟତରେ ସପ୍ତାହରେ ୪ ଜଣଙ୍କ କିଡନୀରେ ମୃତ୍ୟୁ ହୋଇଥିଲେ। ଏନେଇ...

ସପ୍ତାହକରେ କିଡ୍‌ନୀ ରୋଗରେ ଗଲାଣି ୪ ଜୀବନ: ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ

ଅମରପାଲି,୨୨ା୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ସପ୍ତାହକ ମଧ୍ୟରେ ୪ ଜୀବନ ନେଲାଣି କିଡ୍‌ନୀ ରୋଗ। ହେଲେ ଏନେଇ ପ୍ରଶାସନ ପାଖରେ କିନ୍ତୁ କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri