ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ କନଷ୍ଟେବଳ

ବଲାଙ୍ଗୀର ଅଫିସ, ୩୦।୩ (ଡି.ଏନ.ଏ.)-କରୋନା ସଂଗ୍ରମଣକୁ ରୋକିବାକୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ କରିଛନ୍ତି। ନିୟମ ନ ମାନିଲେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ମଧ୍ୟ ରହିଛି। ହେଲେ ବଲାଙ୍ଗୀରରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିଭାଗକୁ ବଦନାମ କରିଛି। ରବିବାର ରାତିରେ ରାସ୍ତାରେ ଯାଉଥିବା ୨ ଯୁବକଙ୍କୁ ଆଣ୍ଠେଇବା ଓ ମାଡ଼ ମାରିବା ପୋଲିସକୁ ମହଙ୍ଗା ପଡିଛି। କନଷ୍ଟେବଳ ସୂର୍ଯ୍ୟକାନ୍ତ ସାମନ୍ତ ରାୟ ଓ ପ୍ରଦ୍ୟୁମ୍ନ ସାମଲଙ୍କୁ ଏହି ଘଟଣାରେ ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର ନିଲମ୍ବିତ କରିଛନ୍ତି।