ମାଣିଙ୍ଗପଦର ଗାଁ ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଭବାନୀପାଟଣା, ୨୦।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଣିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ସୋମବାର ସକାଳେ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଛି। ଭବାନୀପାଟଣା ଜିଲା ମୁଖ୍ୟ ଚିକିସତ୍ାଳୟରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ତେବେ କିଏ ଓ କେଉଁ ପରିସ୍ଥିତିରେ ଶିଶୁକୁ ଛାଡି ପଳାଇଛନ୍ତି ସେ ନେଇ ପୋଲିସ ତଦନ୍ତ ଚଳାଇଛି।