ମାଣତ୍ରୀ ବୋଇତ ବନ୍ଦାଣ ମହୋତ୍ସବର ୨ୟ ସନ୍ଧ୍ୟା: ‘ବିକାଶ ପାଇଁ ସମୂହ ସହଯୋଗ ଆବଶ୍ୟକ’

ବଡ଼ସାହି,୧୫ା୧୧(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମାଣତ୍ରୀଠାରେ ବାବା କଖାରୁଆ ବୈଦ୍ୟନାଥ ଯୁବକ ସଂଘ ଆନୁକୂଲ୍ୟରେ ୩ଦିନିଆ ୯ମ ବାର୍ଷିକ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବର ୨ୟ ସନ୍ଧ୍ୟା ବୁଧବାର ଅନୁଷ୍ଠିତ ହୋଇଯାଇଛି ା ଅଞ୍ଚଳର ବିକାଶ ପାଇଁ ସମୂହ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ା ଅତୀତର ସାଧବ ପୁଅ ଏକାକୀ ବଣିଜ କରିବାକୁ ନ ଯାଇ ସମୂହ ଭାବେ ଯାଇ ସଫଳତା ପାଉଥିଲେ। ସେହିଭଳି ନିର୍ବାଚିତ ପ୍ରତିନିଧି ବା ସରକାରଙ୍କୁ ସମସ୍ତେ ସହଯୋଗ କରିଲେ ବିକାଶ ଶୀର୍ଷରେ ପହଞ୍ଚତ୍ବ ବୋଲି ସେ କହିଥିଲେ। ଭଞ୍ଜପୁରର ଜଗଦ୍ଧାତ୍ରୀ ମେଳା ଓ ମାଣତ୍ରୀର ବୋଇତ ବନ୍ଦାଣ ମହୋତ୍ସବ ପରି ଅନେକ ଉଚ୍ଚକୋଟୀର ମହୋତ୍ସବକୁ ସରକାରୀ ମାନ୍ୟତା ଦେବାକୁ ସେ ଦାବି ଉପସ୍ଥାପନ କରିବେ ବୋଲି କହିଥିଲେ। ସଂଘର ସଭାପତି ଜ୍ୟୋତିପ୍ରକାଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବଡ଼ସାହିର ଭାରପ୍ରାପ୍ତ ବିଡିଓ ବସନ୍ତ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ଉପସଭାପତି ଲଲାଟେନ୍ଦୁ ବେହେରା, ଯୋଗ ଶିକ୍ଷୟିତ୍ରୀ ବେବି ନାନି ଓ ସରପଞ୍ଚ ମହାଦେବ ସିଂ ଯୋଗଦେଇଥିଲେ ା ସଦସ୍ୟ କିରଣ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ପ୍ରତିଯୋଗୀଙ୍କ ଦ୍ୱାରା ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ ତଥା ଏକକ ନୃତ୍ୟ ପ୍ରତିଯୋଗିତା ସାଙ୍ଗକୁ ରାଜ୍ୟର ଖ୍ୟାତନାମା ବଲାଙ୍ଗୀର ଜିଲାର ସମ୍ବଲପୁରୀ ଢୋଲ୍‌କି ବାଦ୍ୟ ଓ ନୃତ୍ୟ ଦଳ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ା ସଂଘର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।