ମାଡ଼ ମାରିବା ଅଭିଯୋଗରେ ଯୁବକଙ୍କୁ କୋର୍ଟଚାଲାଣ

ଗୋପାଳପୁର,୩ା୯-ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା, ଦୁର୍ବ୍ୟବହାର କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରିଛି। ସେ ହେଲେ ଡିଲେସୁ ପ୍ରଧାନ (୨୫)। ଏହି ଥାନା ତାରିଣୀପେଣ୍ଠ ଗ୍ରାମର କୃଷ୍ଣ ପ୍ରଧାନଙ୍କ ସହିତ ଡିଲେସୁ ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ ଗଁା ମଝିରେ କୌଣସି ଏକ ବିଷୟରେ କଥା କଟାକଟି ହୋଇଥିଲେ। ଏଥିରେ ଡିଲେସୁ ଉତ୍ତ୍ୟକ୍ତ ହୋଇ କୃଷ୍ଣଙ୍କୁ ନିସ୍ତୁକ ମାଡ଼ ମାରି ଧମକ ଚମକ ଦେବା ସହ ଦୁର୍ବ୍ୟବହାର କରିଥିଲେ। କୃଷ୍ଣଙ୍କ ଅଭିଯୋଗ କ୍ରମେ ଗୋପାଳପୁର ପୋଲିସ ନଂ. ୯୨/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମଙ୍ଗଳବାର ଗ୍ରାମରେ ଥିବା ଖବର ପାଇ ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ଚଢ଼ାଉ କରି ଡିଲେସୁଙ୍କୁ ଗିରଫ କରିଥିଲେ ।