ମାଡ଼ ଖାଇ ଅଭିନୟ ଶିଖିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଅରିଜିନାଲ ଡିଭା କୁହାଯାଉଥିବା ରେଖା ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୪ ଅକ୍ଟୋବର ୧୦ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ଭାନୁରେଖା ଗଣେଷନ। ଯେ ଆଜି ରେଖା ନାଁରେ ବେଶ୍‌ ପରିଚିତ। ରେଖାଙ୍କ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ସୌନ୍ଦର୍ଯ୍ୟ, ଅଭିନୟ ଓ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ରେଖାଙ୍କ ଏହି କଳା ତାଙ୍କ ରକ୍ତରେ ହିଁ ରହିଛି। ହେଲେ ଫିଲ୍ମ ଜଗତରେ ହେଉ ବା ବ୍ୟକ୍ତିଗତ ଜୀବନରେ ସେ ବହୁ ଉତ୍ଥାନ ପତ୍ତନ ଦେଇ ଗତି କରିଛନ୍ତି। କିନ୍ତୁ ତାଙ୍କ ବିଷୟରେ ଗୋଟିଏ କଥା ଆଶ୍ଚର୍ଯ୍ୟ ଲାଗେ। ରେଖା କେବେ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିବା ବେଳେ ଏଥିପ୍ରତି ତାଙ୍କର ରୁଚି ମଧ୍ୟ ନ ଥିଲା। ସେ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କୁ ମାଡ଼ ମାରି ଅଭିନୟ ଶିଖାଯାଇଥିଲା। ସେ କେବେ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିବା ବେଳେ ତାଙ୍କ ମା’ ଏଥିପାଇଁ ତାଙ୍କୁ ପ୍ରୋତ୍ସାହିତ କରୁଥିଲେ। ରେଖା ଏକ କଳାକାର ପରିବାରରୁ ଆସିଥିବା ବେଳେ ତାଙ୍କ ବାପା ଜେମିନୀ ଗଣେଷନ ଦକ୍ଷିଣ ଭାରତର ଅଭିନେତା ଓ ମା’ ପୁଷ୍ପାବଲ୍ଳୀ ତେଲଗୁ ଅଭିନେତ୍ରୀ ରହିଥିଲେ। ଜେମିନୀ ପୁଷ୍ପାବଳୀଙ୍କୁ କେବେ ସ୍ତ୍ରୀର ମାନ୍ୟତା ଦେଇ ନ ଥିବା ବେଳେ ରେଖାଙ୍କୁ ମଧ୍ୟ ନିଜର ଝିଅ ବୋଲି ପରିଚୟ ଦେଇ ନ ଥିଲେ। କାରଣ ପୁଷ୍ପାବଳୀଙ୍କୁ ସେ ବିବାହ କରି ନ ଥିଲେ। ୧୯୯୦ରେ ରେଖା ବ୍ୟବସାୟୀ ମୁକେଶ ଅଗ୍ରଓ୍ବାଲଙ୍କୁ ବିବାହ କରିଥିବା ବେଳେ ତାଙ୍କର ବିବାହ ବେଶୀ ଦିନ ତିଷ୍ଠି ନ ଥିଲା। କାରଣ ମୁକେଶ ଆତ୍ମହତ୍ୟା କରି ଦେଇଥିଲେ। ରେଖା ୧୯୬୬ରେ ଶିଶୁ କଳାକାର ଭାବେ ଫିଲ୍ମ ‘ରଙ୍ଗୁଲା ରତନମ୍‌’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ପ୍ରାୟ ୧୭୫ଟି ଫିଲ୍ମରେ ଅଭିନୟ କରିସାରିଥିବା ବେଳେ ତାଙ୍କୁ ୩ଟି ଫିଲ୍ମ ଫେୟାର ଆଓ୍ବାର୍ଡ, ଗୋଟିଏ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। କେବଳ ସେତିକି ନୁହେଁ ରେଖା ନିଜ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ବହୁ ଚର୍ଚ୍ଚା ସାଉଁଟିଛନ୍ତି। ଅମିତାଭଙ୍କ ସହ ତାଙ୍କର ପ୍ରେମ କାହାଣୀ ଆଜି ବି ଆସେ ଚର୍ଚ୍ଚାକୁ। ହେଲେ ସେ କାହା ପାଇଁ ସିନ୍ଦୁର ଲଗାନ୍ତି ତାହା ଆଜି ବି ରହସ୍ୟ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri