ଓ୍ବାଶିଂଟନ,୧୦।୬: କରୋନା ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି। କରୋନା ରୋକିବା ଲାଗି ଯେଉଁ ଶଟ୍ଡାଉନ କରାଗଲା ତା’ର ନକାରାତ୍ମକ ପ୍ରଭାବ ବଜାର ଉପରେ ଦେଖାଯାଇଛି। ବିଶ୍ୱ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ଲଗାତର ଭାବେ ଖସୁଥିବା ନଜରକୁ ଆସିଛି। ଏଭଳି ବିଭିନ୍ନ କାରଣ ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୫.୨% ଖସିଯିବ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। କୌଣସି ଏକ ମହାମାରୀ ପାଇଁ ଏକ ମାନ୍ଦାବସ୍ଥା ସଙ୍କଟ ଦେଖାଯାଇଛି। ୧୮୭୦ ପରେ ପ୍ରଥମଥର ଲାଗି ଏଭଳି ସ୍ଥିତି ଉପୁଜିଛି ବୋଲି ବିଶ୍ୱ ବ୍ୟାଙ୍କର ସଭାପତି ଡେଭିଡ୍ ମାଲ୍ପାସ୍ କହିଛନ୍ତି। ବିଶ୍ୱ ବର୍ତ୍ତମାନ ସୁଦ୍ଧା ୧୪ଟି ମାନ୍ଦାବସ୍ଥା ସାମ୍ନା କରିଛି। କରୋନା ଯୋଗୁ ବିଶ୍ୱ ସ୍ତରରେ ମୁଣ୍ଡ ପିଛା ଆୟ ୬.୨% ଖସିଯିବା ଆକଳନ କରାଯାଇଛି। ଏହା ୧୯୪୫-୪୬ ପରଠାରୁ ସବୁଠୁ ବଡ଼ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ରହିଛି। ଏହାବାଦ ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥାଠାରୁ ପ୍ରାୟ ୨ଗୁଣ ସଙ୍କଟକାରୀ ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସୋମବାର ବିଶ୍ୱ ବ୍ୟାଙ୍କର ଗ୍ଲୋବାଲ ଇକୋନୋମିକ ପ୍ରସ୍ପେକ୍ଟ ରିପୋର୍ଟ ପ୍ରକାଶ ପାଇଛି। ମାନ୍ଦାବସ୍ଥାର ପ୍ରଭାବ ଗଭୀର ରହିଥିବାରୁ ଏଥିରୁ ବାହାରିବା କଷ୍ଟକର ହେବ। ଏଥିଲାଗି ନୀତି ନିର୍ଦ୍ଧାରକଙ୍କୁ ଅତିରିକ୍ତ ପଦକ୍ଷେପ ହାତକୁ ନେବାର ଆବଶ୍ୟକତା ରହିଛି ବୋଲି ମାଲ୍ପାସ୍ ମତବ୍ୟକ୍ତ କରିଛନ୍ତି। ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ବର୍ତ୍ତମାନର ସମସ୍ୟା ସମାଧାନ କରିବା ଲାଗି ଯେଉଁଭଳି ପଦକ୍ଷେପ ହାତକୁ ନେଇଛନ୍ତି ତାହା ସମସ୍ୟାକୁ ସମାଧାନ କରିବା ଲାଗି ସକ୍ଷମ ହେବ ନାହିଁ। କାରଣ ଏହି ଦେଶଗୁଡ଼ିକରେ ନିଯୁକ୍ତିର ଅଧିକାଂଶ ଅଂଶ ଅଣସଙ୍ଗଠିତ କ୍ଷେତ୍ର ସହ ଜଡ଼ିତ ରହିଛି। ବିକଶିତ ଦେଶଗୁଡ଼ିକର ଆର୍ଥତ୍କ କାର୍ଯ୍ୟକଳାପ ୨୦୨୦ରେ ୭% ଖସିବା ନେଇ ଆଶଙ୍କା କରାଯାଇଛି। ଚାହିଦା, ଯୋଗାଣ, ବାଣିଜ୍ୟ ଏବଂ ଫାଇନାନ୍ସ ଗଭୀର ଭାବେ ପ୍ରଭାବିତ ହେବ।
ନୂଆ ନୂଆ ଅଗ୍ରଗତି କରୁଥିବା ଅର୍ଥ ବ୍ୟବସ୍ଥା ଏବଂ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ୬୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ୨.୫% ଖସିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି। ଏହି ସମୟ ମଧ୍ୟରେ ଲୋକଙ୍କର ମୁଣ୍ଡ ପିଛା ଆୟ ୩.୬% ଖସିଯାଇପାରେ। ଫଳରେ ନିୟୁତାଧିକ ଲୋକ ଉତ୍କଟ ଦାରିଦ୍ର୍ୟର ସାମ୍ନା କରିବେ। କରୋନା ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥିବା ଦେଶଗୁଡ଼ିକ ସାମ୍ନାରେ ନୂଆ ଚ୍ୟାଲେଞ୍ଜ ଆସିବ। ବିଶ୍ୱ ବାଣିଜ୍ୟ, ପର୍ଯ୍ୟଟନ, ରପ୍ତାନି ଭଳି ଅନ୍ୟ କ୍ଷେତ୍ରଗୁଡିକରେ ସମସ୍ୟା ଲାଗି ରହିବ। ବିଶ୍ୱର ବିଭିନ୍ନ ଭାଗରେ ପ୍ରଭାବ ଭିନ୍ନ ଭିନ୍ନ ରହିବ। ହେଲେ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ବେଶି ଚାପ ସହିବେ। ସମସ୍ୟାର ସମାଧାନ ଲାଗି ସାରା ବିଶ୍ୱର ଦେଶ ସମୂହ ମିଳିତ ଭାବେ ଲଢ଼ିବାକୁ ହେବ ବୋଲି ବିଶ୍ୱ ବ୍ୟାଙ୍କର ଗ୍ରୁପ୍ ଉପସଭାପତି ସେଲା ପାଜାରବାସିଗ୍ଲୁ କହିଛନ୍ତି।
ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ
ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...
ସିଗାରେଟ୍, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX
ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...
Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ
ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...
ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...
LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍କା!
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...
ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍
ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...
ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି
ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...
ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...
Archives


