ଓ୍ବାଶିଂଟନ,୧୦।୬: କରୋନା ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି। କରୋନା ରୋକିବା ଲାଗି ଯେଉଁ ଶଟ୍ଡାଉନ କରାଗଲା ତା’ର ନକାରାତ୍ମକ ପ୍ରଭାବ ବଜାର ଉପରେ ଦେଖାଯାଇଛି। ବିଶ୍ୱ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ଲଗାତର ଭାବେ ଖସୁଥିବା ନଜରକୁ ଆସିଛି। ଏଭଳି ବିଭିନ୍ନ କାରଣ ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୫.୨% ଖସିଯିବ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। କୌଣସି ଏକ ମହାମାରୀ ପାଇଁ ଏକ ମାନ୍ଦାବସ୍ଥା ସଙ୍କଟ ଦେଖାଯାଇଛି। ୧୮୭୦ ପରେ ପ୍ରଥମଥର ଲାଗି ଏଭଳି ସ୍ଥିତି ଉପୁଜିଛି ବୋଲି ବିଶ୍ୱ ବ୍ୟାଙ୍କର ସଭାପତି ଡେଭିଡ୍ ମାଲ୍ପାସ୍ କହିଛନ୍ତି। ବିଶ୍ୱ ବର୍ତ୍ତମାନ ସୁଦ୍ଧା ୧୪ଟି ମାନ୍ଦାବସ୍ଥା ସାମ୍ନା କରିଛି। କରୋନା ଯୋଗୁ ବିଶ୍ୱ ସ୍ତରରେ ମୁଣ୍ଡ ପିଛା ଆୟ ୬.୨% ଖସିଯିବା ଆକଳନ କରାଯାଇଛି। ଏହା ୧୯୪୫-୪୬ ପରଠାରୁ ସବୁଠୁ ବଡ଼ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ରହିଛି। ଏହାବାଦ ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥାଠାରୁ ପ୍ରାୟ ୨ଗୁଣ ସଙ୍କଟକାରୀ ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସୋମବାର ବିଶ୍ୱ ବ୍ୟାଙ୍କର ଗ୍ଲୋବାଲ ଇକୋନୋମିକ ପ୍ରସ୍ପେକ୍ଟ ରିପୋର୍ଟ ପ୍ରକାଶ ପାଇଛି। ମାନ୍ଦାବସ୍ଥାର ପ୍ରଭାବ ଗଭୀର ରହିଥିବାରୁ ଏଥିରୁ ବାହାରିବା କଷ୍ଟକର ହେବ। ଏଥିଲାଗି ନୀତି ନିର୍ଦ୍ଧାରକଙ୍କୁ ଅତିରିକ୍ତ ପଦକ୍ଷେପ ହାତକୁ ନେବାର ଆବଶ୍ୟକତା ରହିଛି ବୋଲି ମାଲ୍ପାସ୍ ମତବ୍ୟକ୍ତ କରିଛନ୍ତି। ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ବର୍ତ୍ତମାନର ସମସ୍ୟା ସମାଧାନ କରିବା ଲାଗି ଯେଉଁଭଳି ପଦକ୍ଷେପ ହାତକୁ ନେଇଛନ୍ତି ତାହା ସମସ୍ୟାକୁ ସମାଧାନ କରିବା ଲାଗି ସକ୍ଷମ ହେବ ନାହିଁ। କାରଣ ଏହି ଦେଶଗୁଡ଼ିକରେ ନିଯୁକ୍ତିର ଅଧିକାଂଶ ଅଂଶ ଅଣସଙ୍ଗଠିତ କ୍ଷେତ୍ର ସହ ଜଡ଼ିତ ରହିଛି। ବିକଶିତ ଦେଶଗୁଡ଼ିକର ଆର୍ଥତ୍କ କାର୍ଯ୍ୟକଳାପ ୨୦୨୦ରେ ୭% ଖସିବା ନେଇ ଆଶଙ୍କା କରାଯାଇଛି। ଚାହିଦା, ଯୋଗାଣ, ବାଣିଜ୍ୟ ଏବଂ ଫାଇନାନ୍ସ ଗଭୀର ଭାବେ ପ୍ରଭାବିତ ହେବ।
ନୂଆ ନୂଆ ଅଗ୍ରଗତି କରୁଥିବା ଅର୍ଥ ବ୍ୟବସ୍ଥା ଏବଂ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ୬୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ୨.୫% ଖସିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି। ଏହି ସମୟ ମଧ୍ୟରେ ଲୋକଙ୍କର ମୁଣ୍ଡ ପିଛା ଆୟ ୩.୬% ଖସିଯାଇପାରେ। ଫଳରେ ନିୟୁତାଧିକ ଲୋକ ଉତ୍କଟ ଦାରିଦ୍ର୍ୟର ସାମ୍ନା କରିବେ। କରୋନା ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥିବା ଦେଶଗୁଡ଼ିକ ସାମ୍ନାରେ ନୂଆ ଚ୍ୟାଲେଞ୍ଜ ଆସିବ। ବିଶ୍ୱ ବାଣିଜ୍ୟ, ପର୍ଯ୍ୟଟନ, ରପ୍ତାନି ଭଳି ଅନ୍ୟ କ୍ଷେତ୍ରଗୁଡିକରେ ସମସ୍ୟା ଲାଗି ରହିବ। ବିଶ୍ୱର ବିଭିନ୍ନ ଭାଗରେ ପ୍ରଭାବ ଭିନ୍ନ ଭିନ୍ନ ରହିବ। ହେଲେ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ବେଶି ଚାପ ସହିବେ। ସମସ୍ୟାର ସମାଧାନ ଲାଗି ସାରା ବିଶ୍ୱର ଦେଶ ସମୂହ ମିଳିତ ଭାବେ ଲଢ଼ିବାକୁ ହେବ ବୋଲି ବିଶ୍ୱ ବ୍ୟାଙ୍କର ଗ୍ରୁପ୍ ଉପସଭାପତି ସେଲା ପାଜାରବାସିଗ୍ଲୁ କହିଛନ୍ତି।
୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…
ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…
ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?
ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…
ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି
ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…
ଡିଜିଟାଲ୍ ଯୁଗରେ ବି କ୍ୟାଶ୍ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା
ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…
ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…
ମହଙ୍ଗା ହେଲା ସିଗାରେଟ୍: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…
ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ
ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…
ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…
ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…
Archives

