ମାଡ଼ିଗଲା କାର୍‌: ଜଣେ ମୃତ, ଶିଶୁ ସମେତ ୫ ଗୁରୁତର

ଫୁଲବାଣୀ ଅଫିସ,୭ା୬- ଫୁଲବାଣୀ ସହର ନାରାୟଣୀ ମନ୍ଦିର ଛକ ପାଖରେ ଏକ କାର ରାସ୍ତାରେ ଚାଲି ଚାଲି ଯାଉଥିବା ୬ଜଣ ଲୋକଙ୍କ ଉପରେ ମାଡି ଯାଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ୪ ବର୍ଷ ଶିଶୁ ସମେତ ୫ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ମହିଳା ଜଣକ ହେଲେ କବରଖାନା ସାହିର ଲକ୍ଷ୍ମୀପ୍ରିୟା ମୁନି।
ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୯ଟା ୨୦ରେ ଗାନ୍ଧୀଛକ ପଟୁ ଆସୁଥିବା ଏକ କାର ନାରାୟଣୀ ମନ୍ଦିର ଛକ ନିକଟରେ ରାସ୍ତାରେ ଯାଉଥିବା ୬ଜଣଙ୍କ ଉପରେ ମାଡି ଯାଇଥିଲା। ବେପରୁଆ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହେବାକୁ ଉଦ୍ୟମ କଲାବେଳେ ସ୍ଥାନୀୟ ଲୋକେ ମାଦିକୁନ୍ଦା ଛକ ନିକଟରେ ଗାଡିକୁ ଅଟକାଇବାା ସହ ରାସ୍ତାରୋକୋ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।