ମାଟ୍ରିକ ପରୀକ୍ଷାରେ ଟି.ଏସ୍‌.ଜି. ଗୁରୁକୁଳର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର,୨୩।୫(ବ୍ୟୁରୋ) : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଟି.ଏସ୍‌.ଜି ଗୁରୁକୁଳର ଓଡ଼ିଆ ମାଧ୍ୟମ ଛାତ୍ରୀଛାତ୍ର ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଏହି ଧାରା ବିଗତ ୯ବର୍ଷ ଧରି ଅପ୍ରତିହତ ରହିଛି। ସ୍କୁଲର ଏହି ସଫଳତାରେ ଖୁସି ପ୍ରକାଶ କରି ଏହାର ପ୍ରତିଷ୍ଠାତା ଡ. ସାରଦା ମିଶ୍ର ସମସ୍ତ ସଫଳ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଗୁଣାତ୍ମକ ଶିକ୍ଷା, ଛାତ୍ରୀଛାତ୍ରଙ୍କ ଉପଯୁକ୍ତ ଯନତ୍ ଓ ସମୟୋପଯୋଗୀ ମାର୍ଗଦର୍ଶନ ଏହି ସଫଳତାର ମୂଳମନ୍ତ୍ର ବୋଲି ସେ କହିଛନ୍ତି।