ମାଟିରୁ କମୁଛି ଫସ୍‌ଫରସ୍‌

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ଗତ କିଛିବର୍ଷ ହେବ ମାଟିରୁ ଫସ୍‌ଫରସ୍‌ ପରିମାଣ କମିବାରେ ଲାଗିଛି। ରାଜ୍ୟରେ ଧାନ ଏକ ପ୍ରମୁଖ ଫସଲ। ଜମିରେ ଫସ୍‌ଫରସ୍‌ ଅଭାବରୁ ଆଗାମୀ ଦିନରେ ଧାନ ଉତ୍ପାଦନ କମିବା ଆଶଙ୍କା ଦେଖାଦେଇଛି। ଧାନ ବଢ଼ିବା ପାଇଁ ମାଟିର ମୁଖ୍ୟ ଉପାଦାନ ଫସ୍‌ଫରସ୍‌। ଗଛ ଉଠିବାବେଳେ ଏହାର ଯଥେଷ୍ଟ ଆବଶ୍ୟକତା ରହିଥାଏ। ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଧାନ ଉତ୍ପାଦନ ଅତିମାତ୍ରାରେ ହ୍ରାସ ପାଉଥିବାରୁ କୃଷି ବିଜ୍ଞାନୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ୧୯୯୭ରେ ମାଟିର ଉପାଦାନଗୁଡ଼ିକର ଗୁଣବତ୍ତା ୧.୫୪ ଥିବା ବେଳେ ୨୦୧୯ରେ ତାହା ୧.୩୫କୁ ଖସି ଯାଇଛି। ଏଥିଯୋଗୁ ଗତ କିଛିବର୍ଷ ମଧ୍ୟରେ ଧାନ ଉତ୍ପାଦନ ମଧ୍ୟ ହ୍ରାସ ପାଇବାରେ ଲାଗିଛି। କୃଷି ବିଭାଗ ସୂଚନା ଅନୁଯାୟୀ ପ୍ରତି ହେକ୍ଟରରେ ଧାନ ଉତ୍ପାଦନ ୨୯.୭ ପ୍ରତିଶତ କମିଛି। ଏଥିସହିତ ୫ ପ୍ରତିଶତ ଚାଷଜମି ମଧ୍ୟ ପଡ଼ିଆ ପଡ଼ିଲାଣି।
କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ପ୍ରତି ହେକ୍ଟରରେ ୬୦ କିଲୋଗ୍ରାମ ନାଇଟ୍ରୋଜେନ୍‌ ବା ୟୁରିଆ, ୩୦ କିଗ୍ରା ଫସ୍‌ଫରସ୍‌ ଏବଂ ୩୦ କିଗ୍ରା ପଟାସିୟମ ପ୍ରୟୋଗ କରିବା କଥା। ଅର୍ଥାତ୍‌ ଗୋଟିଏ ଏକରରେ ୨୦ରୁ ୨୫ କିଲୋ ସ୍ଥାନରେ ଅଧିକ ଅମଳ ପାଇଁ ଚାଷୀମାନେ ୬୦ରୁ ୮୦ କିଲୋ ୟୁରିଆ ପକାଉଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ୟୁରିଆ ବ୍ୟବହାର ଆଶାତୀତ ଭାବେ ବୃଦ୍ଧି ପାଉଛି। ଚାଷ ପାଇଁ କେବଳ ୟୁରିଆ ଦିଆଯାଉଥିବାରୁ ମାଟି ଲାଗି ଆବଶ୍ୟକ ଅନ୍ୟ ୧୨ଟି ଉପାଦାନ ମିଳିପାରୁ ନାହିଁ। କୃଷି ବିଶେଷଜ୍ଞଙ୍କ କହିବା କଥା ହେଲା ମାଟି ଏକ ସଜୀବ ପଦାର୍ଥ। କେବଳ ଫସ୍‌ଫରସ୍‌ ନୁହେଁ, ଜମିରୁ ଯବକ୍ଷାରଜାନ, ବୋରନ, ଆଇରନ, ମାଙ୍ଗାନିଜ, ଜିଙ୍କ୍‌ ଏବଂ ସଲ୍‌ଫର୍‌ ପରିମାଣ ମଧ୍ୟ କମ୍‌ ରହୁଛି।
ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ସମଗ୍ର ରାଜ୍ୟରୁ ୩,୦୭,୪୦୫ଟି ମୃତ୍ତିକା ନମୁନା ସଂଗ୍ରହ କରାଯାଇ ମୋବାଇଲ ମୃତ୍ତିକା ପରୀକ୍ଷା ଲାବରେଟୋରି ଏବଂ ରାଜ୍ୟର ୧୧ଟି ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ମୟୂରଭଞ୍ଜ ଜିଲାରୁ ସଂଗ୍ରହ କରାଯାଇଥିବା ୯୩ ପ୍ରତିଶତ ମାଟିରେ ଫସ୍‌ଫରସ୍‌ ଅତିମାତ୍ରାରେ କମ୍‌ ରହିଛି। ରାୟଗଡ଼ା ଏବଂ କୋରାପୁଟ ଜିଲାରେ ମଧ୍ୟ ସମାନ ଅବସ୍ଥା। କୃଷି କ୍ଷେତ୍ରରେ ମନଇଚ୍ଛା ୟୁରିଆ ବ୍ୟବହାର ଯୋଗୁ ମାଟିରେ ଅମଳତ୍ୱ, କ୍ଷାର ଓ ଲବଣ ପରିମାଣ ଅତିମାତ୍ରାରେ ବୃଦ୍ଧିପାଇଛି। ଏଥିଯୋଗୁ ମାଟିରେ ଥିବା କ୍ଷୁଦ୍ର ଅଣୁଜୀବ, ଯାହାକି ଉର୍ବରତା ବଢ଼ାଇବାରେ ସାହାଯ୍ୟ କରନ୍ତି ସେସବୁ ନଷ୍ଟ ହୋଇଗଲେଣି। ଭଦ୍ରକ, ବାଲେଶ୍ୱର, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ସମ୍ବଲପୁର, ଗଞ୍ଜାମ, କଟକ, ପୁରୀ ଆଦି ଜିଲାରେ ମାଟିର ଉର୍ବରତା ଭୟଙ୍କର ଭାବେ ହ୍ରାସ ପାଉଛି। ଚାଷଜମିରେ ଗୋଟିଏ ପ୍ରକାର ସାର ପ୍ରୟୋଗ ଲଗାତର ବୃଦ୍ଧି ପାଉଥିବାରୁ ଏଭଳି ଚିନ୍ତାଜନକ ପରିସ୍ଥିତି ଉପୁଜିଛିି। ପୂର୍ବକାଳରେ ଏସବୁ ଗୋବର ଖତ, ଧନିଚା ଚାଷ ଓ ଅନ୍ୟାନ୍ୟ ଜୈବିକ ଖତରୁ ମେଣ୍ଟା ଯାଇପାରୁଥିଲା। ସରକାରୀ ଉଦାସୀନତା ଏବଂ ଚାଷୀଙ୍କର ସଚେତନତା ଅଭାବ ଯୋଗୁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷିବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଫସ୍‌ଫରସ୍‌ ସାର ଅନ୍ୟ ଦେଶରୁ ଆମଦାନୀ କରାଯାଇଥାଏ। ଏହା ବ୍ୟୟବହୁଳ ହେଉଥିବାରୁ ଚାଷୀମାନେ ବ୍ୟବହାର କରି ପାରୁନାହାନ୍ତି। ତେବେ ଏହା ବଦଳରେ ଜମିରେ ଚୂନ ପକାଇଲେ ମଧ୍ୟ ଫସ୍‌ଫରସ୍‌ ବୃଦ୍ଧି ପାଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri