ମାଟିରୁ କମୁଛି ଫସ୍‌ଫରସ୍‌

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ଗତ କିଛିବର୍ଷ ହେବ ମାଟିରୁ ଫସ୍‌ଫରସ୍‌ ପରିମାଣ କମିବାରେ ଲାଗିଛି। ରାଜ୍ୟରେ ଧାନ ଏକ ପ୍ରମୁଖ ଫସଲ। ଜମିରେ ଫସ୍‌ଫରସ୍‌ ଅଭାବରୁ ଆଗାମୀ ଦିନରେ ଧାନ ଉତ୍ପାଦନ କମିବା ଆଶଙ୍କା ଦେଖାଦେଇଛି। ଧାନ ବଢ଼ିବା ପାଇଁ ମାଟିର ମୁଖ୍ୟ ଉପାଦାନ ଫସ୍‌ଫରସ୍‌। ଗଛ ଉଠିବାବେଳେ ଏହାର ଯଥେଷ୍ଟ ଆବଶ୍ୟକତା ରହିଥାଏ। ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଧାନ ଉତ୍ପାଦନ ଅତିମାତ୍ରାରେ ହ୍ରାସ ପାଉଥିବାରୁ କୃଷି ବିଜ୍ଞାନୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ୧୯୯୭ରେ ମାଟିର ଉପାଦାନଗୁଡ଼ିକର ଗୁଣବତ୍ତା ୧.୫୪ ଥିବା ବେଳେ ୨୦୧୯ରେ ତାହା ୧.୩୫କୁ ଖସି ଯାଇଛି। ଏଥିଯୋଗୁ ଗତ କିଛିବର୍ଷ ମଧ୍ୟରେ ଧାନ ଉତ୍ପାଦନ ମଧ୍ୟ ହ୍ରାସ ପାଇବାରେ ଲାଗିଛି। କୃଷି ବିଭାଗ ସୂଚନା ଅନୁଯାୟୀ ପ୍ରତି ହେକ୍ଟରରେ ଧାନ ଉତ୍ପାଦନ ୨୯.୭ ପ୍ରତିଶତ କମିଛି। ଏଥିସହିତ ୫ ପ୍ରତିଶତ ଚାଷଜମି ମଧ୍ୟ ପଡ଼ିଆ ପଡ଼ିଲାଣି।
କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ପ୍ରତି ହେକ୍ଟରରେ ୬୦ କିଲୋଗ୍ରାମ ନାଇଟ୍ରୋଜେନ୍‌ ବା ୟୁରିଆ, ୩୦ କିଗ୍ରା ଫସ୍‌ଫରସ୍‌ ଏବଂ ୩୦ କିଗ୍ରା ପଟାସିୟମ ପ୍ରୟୋଗ କରିବା କଥା। ଅର୍ଥାତ୍‌ ଗୋଟିଏ ଏକରରେ ୨୦ରୁ ୨୫ କିଲୋ ସ୍ଥାନରେ ଅଧିକ ଅମଳ ପାଇଁ ଚାଷୀମାନେ ୬୦ରୁ ୮୦ କିଲୋ ୟୁରିଆ ପକାଉଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ୟୁରିଆ ବ୍ୟବହାର ଆଶାତୀତ ଭାବେ ବୃଦ୍ଧି ପାଉଛି। ଚାଷ ପାଇଁ କେବଳ ୟୁରିଆ ଦିଆଯାଉଥିବାରୁ ମାଟି ଲାଗି ଆବଶ୍ୟକ ଅନ୍ୟ ୧୨ଟି ଉପାଦାନ ମିଳିପାରୁ ନାହିଁ। କୃଷି ବିଶେଷଜ୍ଞଙ୍କ କହିବା କଥା ହେଲା ମାଟି ଏକ ସଜୀବ ପଦାର୍ଥ। କେବଳ ଫସ୍‌ଫରସ୍‌ ନୁହେଁ, ଜମିରୁ ଯବକ୍ଷାରଜାନ, ବୋରନ, ଆଇରନ, ମାଙ୍ଗାନିଜ, ଜିଙ୍କ୍‌ ଏବଂ ସଲ୍‌ଫର୍‌ ପରିମାଣ ମଧ୍ୟ କମ୍‌ ରହୁଛି।
ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ସମଗ୍ର ରାଜ୍ୟରୁ ୩,୦୭,୪୦୫ଟି ମୃତ୍ତିକା ନମୁନା ସଂଗ୍ରହ କରାଯାଇ ମୋବାଇଲ ମୃତ୍ତିକା ପରୀକ୍ଷା ଲାବରେଟୋରି ଏବଂ ରାଜ୍ୟର ୧୧ଟି ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ମୟୂରଭଞ୍ଜ ଜିଲାରୁ ସଂଗ୍ରହ କରାଯାଇଥିବା ୯୩ ପ୍ରତିଶତ ମାଟିରେ ଫସ୍‌ଫରସ୍‌ ଅତିମାତ୍ରାରେ କମ୍‌ ରହିଛି। ରାୟଗଡ଼ା ଏବଂ କୋରାପୁଟ ଜିଲାରେ ମଧ୍ୟ ସମାନ ଅବସ୍ଥା। କୃଷି କ୍ଷେତ୍ରରେ ମନଇଚ୍ଛା ୟୁରିଆ ବ୍ୟବହାର ଯୋଗୁ ମାଟିରେ ଅମଳତ୍ୱ, କ୍ଷାର ଓ ଲବଣ ପରିମାଣ ଅତିମାତ୍ରାରେ ବୃଦ୍ଧିପାଇଛି। ଏଥିଯୋଗୁ ମାଟିରେ ଥିବା କ୍ଷୁଦ୍ର ଅଣୁଜୀବ, ଯାହାକି ଉର୍ବରତା ବଢ଼ାଇବାରେ ସାହାଯ୍ୟ କରନ୍ତି ସେସବୁ ନଷ୍ଟ ହୋଇଗଲେଣି। ଭଦ୍ରକ, ବାଲେଶ୍ୱର, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ସମ୍ବଲପୁର, ଗଞ୍ଜାମ, କଟକ, ପୁରୀ ଆଦି ଜିଲାରେ ମାଟିର ଉର୍ବରତା ଭୟଙ୍କର ଭାବେ ହ୍ରାସ ପାଉଛି। ଚାଷଜମିରେ ଗୋଟିଏ ପ୍ରକାର ସାର ପ୍ରୟୋଗ ଲଗାତର ବୃଦ୍ଧି ପାଉଥିବାରୁ ଏଭଳି ଚିନ୍ତାଜନକ ପରିସ୍ଥିତି ଉପୁଜିଛିି। ପୂର୍ବକାଳରେ ଏସବୁ ଗୋବର ଖତ, ଧନିଚା ଚାଷ ଓ ଅନ୍ୟାନ୍ୟ ଜୈବିକ ଖତରୁ ମେଣ୍ଟା ଯାଇପାରୁଥିଲା। ସରକାରୀ ଉଦାସୀନତା ଏବଂ ଚାଷୀଙ୍କର ସଚେତନତା ଅଭାବ ଯୋଗୁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷିବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଫସ୍‌ଫରସ୍‌ ସାର ଅନ୍ୟ ଦେଶରୁ ଆମଦାନୀ କରାଯାଇଥାଏ। ଏହା ବ୍ୟୟବହୁଳ ହେଉଥିବାରୁ ଚାଷୀମାନେ ବ୍ୟବହାର କରି ପାରୁନାହାନ୍ତି। ତେବେ ଏହା ବଦଳରେ ଜମିରେ ଚୂନ ପକାଇଲେ ମଧ୍ୟ ଫସ୍‌ଫରସ୍‌ ବୃଦ୍ଧି ପାଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?