ମାଟିତଳୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ, ହତ୍ୟା ପରେ ପୋତି ଦିଆଯାଇଥିବା ସନ୍ଦେହ

ଦଶମନ୍ତପୁର,୩୧ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଅଞ୍ଚଳରୁ ମାଟିତଳୁ ଜଣେ ନିଖୋଜ ଯୁବକଙ୍କ ଅସ୍ଥି କଙ୍କାଳ ମିଳିଛି। ପଞ୍ଚାୟତର ବୋନାସିଲ ଓ ଧର୍ମଗୁଡ଼ା ଗ୍ରାମର ଟିଟିଝୋଲା ନିକଟରୁ ଏହି କଙ୍କାଳ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା ପରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି।

ଚନା ଅନୁଯାୟୀ, ଚିକାମ୍ବ ପଞ୍ଚାୟତ ତୁନଖାଲ ଗ୍ରାମର ସମ୍ବାରୀ ମୁଦୁଲିଙ୍କ ସ୍ବାମୀ ଚିତ୍ର ମୁଦୁଲି (୩୦) ମାସକ ତଳେ ମଦ ପିଇବା ପାଇଁ ଗାଁ ପାଖ ଧର୍ମଗୁଡ଼ାକୁ ଯାଇଥିଲେ। ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ସାନ ଭାଇ ବୁଦୁ ମୁଦୁଲି ସୋମବାର ଧର୍ମଗୁଡ଼ା ଟିଟିଝୋଲା ପାଖରେ ଚିତ୍ରଙ୍କ ସାର୍ଟ ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ଡାକିଥିଲେ। ଝୋଲା ଆଡ଼କୁ ମଣିଷର ମୁଣ୍ଡ ଓ ଗୋଡ଼ର ଅସ୍ଥି ମାଟି ଉପରକୁ ଦେଖାଯାଉଥିଲା। ସମସ୍ତଙ୍କ ଉପସ୍ଥିତିରେ ମାଟି ଖୋଳାଯିବା ପରେ କଙ୍କାଳରେ ଥିବା ପୋଷାକକୁ ଦେଖି ଏହା ଚିତ୍ର ମୁଦୁଲିଙ୍କର ବୋଲି ତାଙ୍କ ପରିବାର ଲୋକେ ଚ଼ିହ୍ନଟ କରିଥିଲେ। ଏନେଇ ଦଶମନ୍ତପୁର ଥାନାରେ ଏତଲା ଦିଆଯାଇଥିଲା। ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛନ୍ତି। ଉଲ୍ଳେଖଯୋଗ୍ୟ, ଚିତ୍ରଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଥିବାବେଳେ ୧୬ ଜଣିଆ କୁଟୁମ୍ବକୁ ସେ ହିଁ ଏକା ଚଳାଉଥିଲେ।