ମାଛ ମାରିବା ବେଳେ ୫ ଆହତ ଘଟଣା:ରାତିଅଧିଆ ଏସ୍‌ଡିପିଓଙ୍କ ତଦନ୍ତ

ଅନୁଗୋଳ ଅଫିସ, ୧୫।୧୨

ଅନୁଗୋଳ ଥାନା ପଣ୍ଡପୁର ଗ୍ରାମ ନିକଟ ବଉଳୀ ଜୋରକୁ ଶୁକ୍ରବାର ମାଛ ମାରିବାକୁ ଯାଇ ୫ ଜଣ ଆହତ ହେବା ଘଟଣାର ତଦନ୍ତ ଆରମ୍ଭ କରିଛି ଅନୁଗୋଳ ପୋଲିସ। କେଉଁ କାରଣରୁ ଜଣେ ନାବାଳକଙ୍କ ସମେତ ୫ଜଣ ଆହତ ହେଲେ ତାହା ଜାଣିବା ପାଇଁ ଅନୁଗୋଳ ଏସ୍‌ଡିପିଓ ଅଶି୍ବନୀ ସାହୁ ତାଙ୍କ ଟିମ୍‌ ସହ ରାତିରେ ହିଁ ତଦନ୍ତ ଆରମ୍ଭ କରିଥିଲେ। ମେଡିକାଲରେ ପଚରାଉଚରା ସମୟରେ ପ୍ରଥମେ ଆହତମାନେ ହରଡ଼ କିଆରିରେ ମାଙ୍କଡ଼ ଗୋଡ଼ାଇବା ବେଳେ ବାଣ ଫୁଟି ଏପରି ଘଟିଥିବା କହିଥିଲେ। କିନ୍ତୁ ପରେ ଡିନାମାଇଟ୍‌ ଫୁଟାଇ ମାଛ ମାରିବା ବେଳେ ତ୍ରୁଟି ଯୋଗୁ ସେମାନେ ଆହତ ହୋଇଥିବା ସ୍ବୀକାର କରିଛନ୍ତି ବୋଲି ଏସ୍‌ଡିପିଓ ସାହୁ ସୂଚନା ଦେଇଛନ୍ତି। ଏହା ଜାଣିବା ପରେ ଶନିବାର ସକାଳେ ଅନୁଗୋଳ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି। ବିଶେଷକରି ଡିନାମାଇଟ୍‌ ଭଳି ବିସ୍ଫୋରକ ଗ୍ରାମର ଲୋକେ କିପରି ପାଇଲେ ତାହାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହି ବିସ୍ଫୋରଣରେ ଜଣଙ୍କ ପିଠିରେ ଆଘାତ ଲାଗିଥିବା ବେଳେ ଜଣଙ୍କ ହାତ ପାପୁଲି ଛିଣ୍ଡି ଯାଇଛି। ଅନ୍ୟ ଦୁଇଜଣଙ୍କ କାନକୁ କିଛି ଶୁଣାଯାଉ ନ ଥିବା ଜଣାପଡ଼ିଛି। ନାବାଳକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଏଭଳି